www.samajalive.in
Sunday, December 7, 2025
26.1 C
Bhubaneswar

ବିଧାନସଭାରେ ଉଠିଲା କୋଣାର୍କ ପ୍ରସଙ୍ଗ

ଭୁବନେଶ୍ୱର: ଶନିବାର ବିଧାନସଭାରେ ଗୃହକାର୍ଯ୍ୟ ପ୍ରଶ୍ନକାଳ ଓ ଶୂନ୍ୟକାଳ ଠିକ୍‌ଠାକ୍‌ ଚାଲିଥିଲା। ପ୍ରଶ୍ନକାଳରେ ସଂସ୍କୃତି ଓ ପର୍ୟ୍ୟଟନକୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶୂନ୍ୟକାଳରେ କୋଣାର୍କ ପ୍ରସଙ୍ଗ ଉଠିଥିଲା। ବିରୋଧୀ ଦଳର ନେତା ତଥା କଂଗ୍ରେସ ବିଧାୟକ ନବକିଶୋର ଦାସ ରାଜ୍ୟରେ ହୋଟେଲ୍‌ ଶିଳ୍ପର ବିକାଶ ନେଇ ପର୍ୟ୍ୟଟନ ବିଭାଗକୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେବାକୁ ଯାଇ ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ ଯେ, ରାଜ୍ୟରେ ମୋଟ୍ ୩୫୭ଟି ପର୍ୟ୍ୟଟନସ୍ଥଳୀ ଚିହ୍ନଟ ହୋଇଛି । ଏହି ପର୍ୟ୍ୟଟନ ସ୍ଥାନରେ ହୋଟେଲ୍‌ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା ବେଳେ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଜରିଆରେ ସରକାର ୩୬ଟି ହୋଟେଲ୍‌ ଶିଳ୍ପର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ସେଥିମଧ୍ୟରୁ ଭୁବନେଶ୍ୱରର ୫ଟି ସ୍ଥାନରେ ବିଡିଏ ଇ-ଅକ୍ସନ୍‌ ମାଧ୍ୟମରେ ଜମି ଯୋଗାଇ ଦେଇଥିବା ବେଳେ ୭୭ଟି ସ୍ଥାନରେ ଇଡକୋ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି । ସେଥିମଧ୍ୟରୁ ୧୪ଟି କାମ ଆରମ୍ଭ ହୋଇ ନ ଥିବାରୁ ନୋଟିସ୍‌ ଜାରି କରାଯାଇଛି । ଉତ୍ତର ଆଳରେ ମନ୍ତ୍ରୀ ଶ୍ରୀ ପଣ୍ଡା କେନ୍ଦ୍ରକୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି । ସ୍ୱଦେଶ ଦର୍ଶନ ଯୋଜନାରେ ରାଜ୍ୟର କେତେକ ପର୍ଯ୍ୟଟନ ସ୍ଥାନକୁ କେନ୍ଦ୍ର ଅନୁମୋଦନ ଦେଇନଥିବାରୁ ମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ । ଲଗାତର ଭାବେ ୪ ଦିନ ପ୍ରଶ୍ନକାଳ ବାତିଲ ହେବା ପରେ ପଞ୍ଚମ ଦିନରେ ସ୍ୱାଭାବିକ ରହିଥିବା ଦେଖିବାକୁ ମିଳିଥିଲା ।

ସେହିପରି ଶୂନ୍ୟ କାଳରେ ବିରୋଧୀ ଦଳ ନେତା ନରସଂହ ମିଶ୍ର କୋଣାର୍କ ପ୍ରସଙ୍ଗ ଉଠାଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର କୋଣାର୍କକୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । କାରୁକାର୍ଯ୍ୟ ଖଚିତ ପଥର କାଢିନେଇ ସେହି ସ୍ଥାନରେ ସାଦା ପଥର ଲଗାଯିବାକୁ ନେଇ ନରସଂହ ମିଶ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । କୋଣାର୍କ ସୁରକ୍ଷା ପ୍ରତି ସରକାର ଧ୍ୟାନ ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି ।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ କରାଯିବ ଏୟାରଲିଫ୍ଟ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories