www.samajalive.in
Sunday, December 7, 2025
23.1 C
Bhubaneswar

ଛାତ୍ରଛାତ୍ରୀଙ୍କୁ ବିଧାନସଭା ବୁଲାଇଲେ ନୀଳଗିରି ବିଧାୟକ

ନୀଳଗିରି: ନିର୍ବାଚନ ମଣ୍ଡଳୀର ଶିକ୍ଷାର ବିକାଶ ପାଇଁ ଅଣ୍ଟା ଭିଡ଼ିଥିବା ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଆଜି କେତେକ ବିଦ୍ୟାର୍ଥୀଙ୍କୁ ବିଧାନସଭା ବୁଲାଇ ଥିବା ଦେଖିବାକୁ ମିଳିଛି। ଗତ ସେପ୍ଟେମ୍ବର ୧୪ ତାରିଖରେ ଔପଦା ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ। ସେତେବେଳେ ବିଧାୟକ ଆଦର୍ଶ ବିଦ୍ୟାଳୟର କୃତି ବିଦ୍ୟାର୍ଥୀଙ୍କ ସହ କଥା ହେବା ବେଳେ ସମସ୍ତଙ୍କୁ ବିଧାନସଭା ପରିଦର୍ଶନ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକଙ୍କ ପତ୍ର ଆଧାରରେ ବିଦ୍ୟାଳୟର ଅଧ୍ୟକ୍ଷ ମନୋରଞ୍ଜନ ବେହେରାଙ୍କ ଅନୁମୋଦନ କ୍ରମେ ଗାଇଡ଼ ଶିକ୍ଷକ ପ୍ରେମନାଥ ମହାଳିକ, ଶିକ୍ଷୟତ୍ରୀ ଦେବସ୍ମିତା ବେହେରାଙ୍କ ତତ୍ତ୍ୱାବଧାନରେ ଛାତ୍ର ଶୁଭ୍ରାଂଶୁ ମହାପାତ୍ର, ଅଭିଜିତ ମହାନ୍ତି, ଉତ୍ତମ ବେହେରା ,ଛାତ୍ରୀ ଅର୍ପିତା ଜେନା, ଲିପ୍ସା ପ୍ରିୟଦର୍ଶନୀ ଲେଙ୍କା ବିଧାୟକଙ୍କ ସହ ବିଧାନସଭା ପରିଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନେ ବିଧାନସଭା ଗ୍ୟାଲେରୀ କୁ ପଶିବା ମାତ୍ର ବିରୋଧୀ ମାନଙ୍କ ହଟଗୋଳ ରେ ଗୃହ ମୁଲତବୀ ହୋଇଥିଲା। ଛାତ୍ରଛାତ୍ରୀ ଓ ଗାଇଡ ଶିକ୍ଷକ ମାନଙ୍କୁ ଔପଦା ଥାନା ଛକରେ ଔପଦା ଥାନା ଆଇଆଇସି ଶ୍ରବଣ ମହାରଣା ଓ ପୁଲିସ କର୍ମଚାରୀ ଧୂପ ଚନ୍ଦନ ଦେଇ ବନ୍ଦାପନା କରି ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ବିଦ୍ୟାର୍ଥୀଙ୍କ ବିଧାନସଭା ଗସ୍ତ କାର୍ଯ୍ୟରେ ସ୍ଥାନୀୟ ସାମ୍ବାଦିକ ଅଶୋକ ପ୍ରଧାନ ସହଯୋଗ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories