www.samajalive.in
Monday, December 15, 2025
16.1 C
Bhubaneswar

କୁଳଦୀପ୍‌ ଭାରତର ମୁଖ୍ୟ ଅସ୍ତ୍ର : ଆଲାମ

ନୂଆଦିଲ୍ଲୀ : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଆସନ୍ତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ‌ ଖେଳାଯିବ। ଏହି ବିଶ୍ବକପରେ ଭାରତର ତାରକା ସ୍ପିନର ଭାବେ କୁଳଦୀପ୍‌ ଯାଦବ ଉଭା ହୋଇଛନ୍ତି। ଚାଇନାମ୍ୟାନ ବୋଲର କୁଳଦୀପ୍‌ଙ୍କୁ ଉକ୍ତ ବିଶ୍ବକପର ଶ୍ରେଷ୍ଠ ସ୍ପିନର ଭାବେ ବିବେଚନା କରାଯାଉଛି। କୁଳଦୀପ୍‌ ନିକଟରେ ଶେଷ ହୋଇଥିବା ଏସିଆ କପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ବିଶ୍ବକପ ଲାଗି ବିଭିନ୍ନ ଦଳରେ ସ୍ଥାନ ପାଇଥିବା ସ୍ପିନରଙ୍କ ମଧ୍ୟରୁ କୁଳଦୀପ୍‌ ଶ୍ରେଷ୍ଠ ବୋଲି ପାକିସ୍ତାନର ପୂର୍ବତନ ଅଧିନାୟକ ଇନ୍ତିଖାବ ଆଲାମ କହିଛନ୍ତି। ଦିନିକିଆ କ୍ରିକେଟରେ କୁଳଦୀପ୍‌ଙ୍କ ଚମତ୍କାର ରେକର୍ଡ ରହିଛି। ବିଶ୍ବକପ ଘରୋଇ ପଡିଆରେ ଖେଳିବାକୁ ଥିିବାରୁ କୁଳଦୀପ୍‌ଙ୍କୁ ବହୁତ ସହାୟକ ହେବା ନେଇ ଆଶା କରାଯାଉଛି। ୨୦୨୩ରେ କୁଳଦୀପ୍‌ ୧୭ଟି ମ୍ୟାଚ ଖେଳି ୩୩ଟି ୱିକେଟ ମଧ୍ୟ ହାସଲ କରିଛନ୍ତି।​‌ ମଧ୍ୟଭାଗରେ ୱିକେଟ ନେବାରେ କୁଳଦୀପ୍‌ ବେଶ ସିଦ୍ଧିହସ୍ତ ା ଯାହା ବିଶ୍ବକପରେ ବିପକ୍ଷ ଦଳର ବ୍ୟାଟ୍‌ସମ୍ୟାନଙ୍କୁ ରୋକିବାରେ ସହାୟକ ହେବେ ବୋଲି ଆଲାମ କହିଛନ୍ତି ା ଗତ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ କୁଳଦୀପ୍‌ ଚମତ୍କାର ବୋଲିଂ କରିଥିଲେ। ଅକ୍ଟୋବର ୧୪ରେ ଅହମ୍ମଦାବାଦ୍‌ରେ ଖେଳାଯିବାକୁ ଥିବା ପାକିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ କୁଳଦୀପ୍‌ ବଡ ଭୂମିକା ତୁଲାଇବେ ବୋଲି ଆଲାମ କହିଛନ୍ତି ା ଭାରତୀୟ ସ୍ପିନ ଆକ୍ରମଣରେ କୁଳଦୀପ୍‌ ଓ ରବୀନ୍ଦ୍ର ଜାଡେଜା ବଡ ଭୂମିକା ତୁଲାଇବେ। ଉଭୟେ ବାମହାତୀ ସ୍ପିନର ହୋଇଥିବାରୁ ଭାରତୀୟ ପିଚରେ ଫାଇଦା ନେବାରେ ସହାୟକ ହେବେ ବୋଲି ଆଲାମ କହିଛନ୍ତି। ସେହିପରି ବିଶ୍ବକପରେ ପାକିସ୍ତାନର ପ୍ରଦର୍ଶନକୁ ନେଇ ଆଲାମ କହିଛନ୍ତି ଯେ, ଭାରତୀୟ ପିଚରେ ପାକିସ୍ତାନ ସଫଳ ହେବ। ଦଳ ନିକଟରେ ବିଶ୍ବସ୍ତରୀୟ ଦ୍ରୁତ ବୋଲର ରହିଛନ୍ତି। ଭାରତୀୟ ପିଚ୍‌ ଦ୍ରୁତ ବୋଲିଂକୁ ମଧ୍ୟ ସହାୟତା ମିଳିବ। ନ୍ୟୁଜିଲାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚରେ ପାକିସ୍ତାନର ଦୁର୍ବଳ ବୋଲିଂ ଚିନ୍ତାରେ ପକାଇଛି ା ବିଶ୍ବକପ ପୂର୍ବରୁ ଏହା ପାକିସ୍ତାନକୁ ସତର୍କ କରାଇ ଦେଇଛି ବୋଲି ଆଲାମ କହିଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories