www.samajalive.in
Sunday, December 14, 2025
17.1 C
Bhubaneswar

ଖୁଣ୍ଟୁଣୀ ଥାନାରେ ଆମ ପୋଲିସ ବୈଠକ

ଗୁରୁଡିଝାଟିଆ :  ଖୁଣ୍ଟୁଣୀ ଥାନା ପରିସରରେ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଛି । ସାଧାରଣ ଜନତା ଓ ପୋଲିସ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟିକରିବା, ଆପୋଷ ଆଲୋଚନା ମାଧ୍ୟମରେ ମକଦ୍ଦମାଗୁଡିର ସମାଧାନ କରିବା, ପୋଲିସ ଉପରେ ସାଧାରଣ ଜନତାଙ୍କ ଆସ୍ଥାଭାଜନ ପାଇଁ ଉଦ୍ଦିଷ୍ଟ ଆମ ପୋଲିସ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖି କରିବା ପାଇଁ ଉପସ୍ଥିତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଥିଲେ। ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଖୁଣ୍ଟୁଣୀ-ରମ୍ପେଇ ଗ୍ରାମ କମିଟି ଉପସଭାପତି ବିପିନ ବିହାରୀ ପ୍ରଧାନ, ସମିତିସଭ୍ୟ ଗଗନ ବିହାରୀ ପରିଡା, ଯୁବ ସଂଗଠକ ନୃସିଂହ ଚରଣ ସାହୁ, ରାଧାକିଶୋରପୁରର ପୂର୍ବତନ ସରପଞ୍ଚ ଉମେଶ ଚନ୍ଦ୍ର ସ୍ୱାଇଁ, ସାମ୍ବାଦିକ ସଚ୍ଚିଦାନନ୍ଦ ପଣ୍ଡା, ବ୍ରଜଭୂଷଣ ପାତ୍ର ପ୍ରମୁଖଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ। ଉପନିରୀକ୍ଷକ ଡଃ ବିକାଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories