ନୂତନ ଭାଗବତ ଗୃହର ଉଦଘାଟନ ଉତ୍ସବ
ଗୁରୁଡିଝାଟିଆ : ଭାଗବତ ଗୋସାଇଁଙ୍କ ଜନ୍ମଉତ୍ସବ ଉପଲକ୍ଷେ ଆଠଗଡ ନିର୍ବାଚନ ମଣ୍ଡଳୀ କଟକିଆସାହିର ବଳରାମପୁର ଓ ନୂଆଗାଡ ଠାରେ ନୂତନ ଭାଗବତ ଗୃହକୁ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂତନ ଭାଗବତ ଗୃହର ଉଦଘାଟନ କରି ଗ୍ରାମ ସଂସ୍କୃତିକୁ ଉଦଜୀବିତ ରଖିବା ପାଇଁ ଭାଗବତ ପାଠର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଭାଇଚାରା, ଆଧ୍ୟାତ୍ମିକ ଭାବଧାରାର ପ୍ରତିଷ୍ଠା ଓ ବସୁଧୈବ କୁଟୁମ୍ବକମର ବାର୍ତ୍ତା ପ୍ରଦାନ କରିଥାଏ ଭାଗବତ ଟୁଙ୍ଗିର ଭାଗବତ ପାଠ। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଗ୍ରାମାଞ୍ଚଳର ବିକାଶ ପାଇଁ ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ଅନେକ ସ୍ୱପ୍ନ ଓ ସମ୍ଭାବନାକୁ ପ୍ରତିଫଳିତ କରି ଗ୍ରାମ୍ୟ ଭିତ୍ତିଭୂମିର ଉନ୍ନତି ଦିଗରେ ଯେଉଁ ପ୍ରୟାସ କରିଛନ୍ତି ତାହାର ସଫଳ ରୂପାୟନ ଆଠଗଡ ନିର୍ବାଚନ ମଣ୍ଡଳୀରେ ନିଷ୍ଠାର ସହିତ ପ୍ରତିଫଳିତ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ବଳରାମପୁର ରେ ୨ତାଲା ବିଶିଷ୍ଟ ଭାଗବତଗୃହର ନିର୍ମାଣରେ ୨୦ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ବେଳେ ନୂଆଗଡ ଭାଗବତ ଗୃହ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ସେହିଭଳି ନୂଆଗଡ ଦେବୀଘର ପାଇଁ ୧୦ଲକ୍ଷ ଟଙ୍କାର ନୂତନ ଗୃହକୁ ମନ୍ତ୍ରୀ ଶ୍ରୀ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ, କଟକିଆସାହି ସରପଞ୍ଚ ମାନସୀ ରାଉତ, ସରପଞ୍ଚ ଙ୍କ ପ୍ରତିନିଧି ପ୍ରଫୁଲ ରାଉତ, ଦେବରାଜ ପ୍ରଧାନ, ପୂର୍ବତନ ସରପଞ୍ଚ ବିପିନ ବିହାରୀ ସ୍ୱାଇଁ, ବିଜୟ କେତନ ସାହୁ, ଭରତ ଚନ୍ଦ୍ର ପାଣି, ପ୍ରଦୀପ ସାହୁ, ବିପ୍ରବର ପଣ୍ଡା , ରଜତ କୁମାର ସ୍ୱାଇଁ , ଅରକ୍ଷିତ ଖଟୁଆ, ପ୍ରଶାନ୍ତ ପ୍ରଧାନ, ପ୍ରଶାନ୍ତ ପଣ୍ଡା ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ରହିଥିଲେ।
Comments are closed.