www.samajalive.in
Monday, December 15, 2025
15.1 C
Bhubaneswar

ଛାତ୍ରଛାତ୍ରୀଙ୍କ ସଫଳତା “ସୁରଭି”ର ମୂଳ ଆଭିମୁଖ୍ୟ

ତିଗିରିଆ :  ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣରେ ଜୀବନରେ ସଫଳତା ପାଇବା ସୁରଭିର ମୂଳ ଲକ୍ଷ୍ୟ ଓ ଆଭିମୁଖ୍ୟ ବୋଲି ଶୁକ୍ରବାର ତିଗିରିଆ ବ୍ଳକର ପାଞ୍ଚଗାଁ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଳକ ଶିକ୍ଷାଧିକାରୀ ପ୍ରିୟ ରଞ୍ଜନ ହୋତା ଯୋଗଦେଇ ପ୍ରକାଶ କରିଛନ୍ତି । ସାଧନକେନ୍ଦ୍ର ସଂଯୋଜକ ଚନ୍ଦ୍ରକାନ୍ତ ମିଶ୍ରଙ୍କ ସଂଯୋଜନାରେ ସ୍ଥାନୀୟ ପାଞ୍ଚଗାଁ ତଳସାହି ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅକ୍ଷୟ କୁମର ବେହେରା ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ଡିବିଜେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ରନାଥ ବିଶ୍ୱାଳ, ସୋମପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମୁଲ୍ୟ କୁମର ସାହୁ ଯୋଗଦେଇ ସୁରଭିରେ ଯୋଗଦେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହାସହିତ ଅନୁଷ୍ଟିତ ବିର୍ତକ, ବକୃତା, ସଂଗୀତ, ସୃଜନାତ୍ମକ ଲିଖନ, ହସ୍ତାକ୍ଷର ଲିଖନ, ଶୃତଲିଖନ, ଚିତ୍ରାଙ୍କନ ପଭୃତି ବରିଷ୍ଠ ଓ କନିଷ୍ଠ ଦୁଇଟି ବିଭାଗରେ ପ୍ରତିଯୋଗିତା କରାଯାଇଥିଲା। ଏହାସହିତ ଚଳିତ ବର୍ଷ ମାଣ୍ଡିଆ ଖାଦ୍ୟର ଉପକାରିତା ଓ ଏହାର ଅଧିକ ପ୍ରଚାର ପ୍ରସାର ପାଇଁ ସରକାରଙ୍କ ପକ୍ଷରୁ ପ୍ରଥମକରି ମାଣ୍ଡିଆକୁ ନେଇ ବକୃତା, ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା। ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଧିକାରୀ ଶ୍ରୀ ହୋତା ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ସହଶିକ୍ଷାଧିକାରୀ ସଂଯୁକ୍ତା ଚୌଧୁରୀ ଉଦଘାଟନ କରିଥଲେ । ସେହିଭଳି ମହାଶ୍ୟାମଳା କ୍ଳଷ୍ଟର ପକ୍ଷରୁ ମହାଶ୍ୟାମଳା ଉଚ୍ଚ ବଦ୍ୟାଳୟରେ, ନିଜିଗଡ ପକ୍ଷରୁ ମହେଶ୍ୱର ନୋଡାଲ ବିଦ୍ୟାପୀଠ ଠାରେ, ଗଦାଧରପୁର କେନ୍ଦ୍ର ପକ୍ଷରୁ ବିଷ୍ଣୁପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ, ବଡନାଉପୁଟ ପକ୍ଷରୁ ବଡନାଉପୁରଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିନ୍ଧାଣିମା କେନ୍ଦ୍ରର ବିନ୍ଧାଣିମା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏବଂ ନୁଆପାଟଣା ପକ୍ଷରୁ ନୁାଆପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀଠରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ସାତ ଗୋଟି କେନ୍ଦ୍ରରୁ ପ୍ରଥମ ହୋଇଥିବା ପ୍ରତିଯୋଗୀ ଆସନ୍ତା ୫ ତାରିଖରେ ବ୍ଲକ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ବ୍ଳକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି । ଏ ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା ଏବଂ କ୍ଳଷ୍ଟର ଶିକ୍ଷକ ଶକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories