www.samajalive.in
Monday, December 15, 2025
27.1 C
Bhubaneswar

ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତାକୁ ସନ୍ଥେଭଞ୍ଜ ହାଇସ୍କୁଲର ୫ ଛାତ୍ରଛାତ୍ରୀ ମନୋନୀତ

କେନ୍ଦୁଝରଗଡ଼ :  ଚଳିତମାସ ୩୦ ଓ ଅକ୍ଟୋବର ୧ ତାରିଖ ଦୁଇଦିନ ଧରି ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋଟ୍ସ କମ୍ପେ୍ଲକ୍ସ ଠାରେ ଅନୁଷ୍ଠିତ ହେବାକୁଥିବା ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସଦର ବ୍ଲକ ପଳାଶପଙ୍ଗା ସନ୍ଥେଭଞ୍ଜ ନୋଡାଲ ହାଇସ୍କୁଲର ୫ଜଣ ଛାତ୍ରଛାତ୍ରୀ ଯୋଗ୍ୟତା ହାସଲ କରିଛନ୍ତି । ୧୪ବର୍ଷରୁ କମ୍‌‌ ବାଳକ ବିଭାଗରେ ସପ୍ତମଶ୍ରେଣୀ ଛାତ୍ର ସଚ୍ଚିନ ନାଏକ ଓ ବାଳିକା ବିଭାଗରେ ସପ୍ତମଶ୍ରେଣୀ ଛାତ୍ରୀ ସୁମୀ ମୁଣ୍ଡା ଓ ଲିଜାରାଣୀ ମୁଣ୍ଡା ଏବଂ ୧୭ବର୍ଷରୁ କମ୍‌‌ ବାଳିକା ବର୍ଗରେ ଦଶମଶ୍ରେଣୀ ଛାତ୍ରୀ କବିତା କ୍ରିଷ୍ଣମୂର୍ତ୍ତି ନାଏକ ଓ ଗୀତା ମୁଣ୍ଡା ଜିଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ୨୨ ସେପ୍ଟମ୍ବରରେ ଅନୁଷ୍ଠିତ ବ୍ଲକସ୍ତରୀୟ ପ୍ରତିଯୋଗିତାରୁ ଯୋଗ୍ୟତା ହାସଲ କରିଛନ୍ତି । ଜିଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ହାସଲ କରିଥିବା ଏହି ସମସ୍ତ ୫ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତ ଜିଲାସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରି ବିଦ୍ୟାଳୟର ଗୌରବ ବୃଦ୍ଧି ପାଇଁ ଶୁଭେଛା ଜଣାଇବା ସହ କ୍ରୀଡାଶିକ୍ଷକ ମୌଳିନ୍ଦୁ କୁମାର ମହାନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ସାଧୁବାଦ୍‌‌ ଜ୍ଞାପନ କରିଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories