www.samajalive.in
Monday, December 15, 2025
16.1 C
Bhubaneswar

ଜାଗା ମିଶନ ପରାମର୍ଶଦାତାଙ୍କ କଳାହାଣ୍ଡି ପରିଦର୍ଶନ

ଭବାନୀପାଟଣା: ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବସ୍ତି ବାସିନ୍ଦାଙ୍କୁ ଭୂ-ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକ୍ରମ ‘ଜାଗା ମିଶନ’ର ସମୀକ୍ଷା କରି ଉପଯୁକ୍ତ ପରାମର୍ଶ ଦେବା ନିମନ୍ତେ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଜାଗା ମିଶନ ପରାମର୍ଶଦାତା ହରିଶଙ୍କର ରାଉତ କଳାହାଣ୍ଡି ଜିଲା ପରିଦର୍ଶନ କରିଛନ୍ତି। କଳାହାଣ୍ଡିର ଭବାନୀପାଟଣା ପୌରପାଳିକା, କେସିଙ୍ଗା, ଜୁନାଗଡ ଏବଂ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଆଦିର ବିଭିନ୍ନ ବସ୍ତିଗୁଡିକୁ ବୁଲି ପରିଦର୍ଶନ କରିଛନ୍ତି। ଜାଗା ମିଶନ ମାଧ୍ୟମରେ ବିଭିନ୍ନ ବସ୍ତିମାନଙ୍କରେ ଦିଆଯାଇଥିବା ଭୂମି ଯୋଗ୍ୟତା ପତ୍ର ମାଧ୍ୟମରେ କେତେ ଜଣ ହିତାଧିକାରୀ ପଟ୍ଟା ପାଇଛନ୍ତି ଏବଂ ଅବଶିଷ୍ଟ ପ୍ରମାଣପତ୍ର କେଉଁ କାରଣରୁ ଦିଆଯାଇ ପାରିନାହିଁ ତଥା ସହରାଞ୍ଚଳର ବସ୍ତିକୁ କିପରି ପୁନଃ ଉଦ୍ଧାର କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇପାରିବ ସେ ବିଷୟରେ ନଗର ପାଳିକା, ସିଏମଏମ ଏବଂ ଏସଡିଏ ସହିତ ଆଲୋଚନା କରିଥିଲେ। ସେ ଗତ ବୁଧବାର ଦିନ ଭବାନୀପାଟଣା ପୌରପାଳିକାର ବିଭିନ୍ନ ବସ୍ତିଗୁଡ଼ିକ ପରିଦର୍ଶନ କରିଥିଲେ। ତାଙ୍କ ସହିତ ଭବାନୀପାଟଣା ପୌରପରିଷଦର ନଗପାଳିକା ସଂଯୁକ୍ତା ବେହେରା ଉପସ୍ଥିତ ରହି ବସ୍ତି ବାସିନ୍ଦାଙ୍କ ପଟ୍ଟା ପାଇବା ବିଷୟରେ ଉପୁଜୁଥିବା ସମସ୍ୟାକୁ ପରାମର୍ଶଦାତାଙ୍କ ସମ୍ମୁଖରେ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଏ ବିଷୟରେ ଜଣାଇ ସମାଧାନ ପାଇଁ ନିବେଦନ କରିଥିଲେ। ଏହା ସହିତ ପରାମର୍ଶଦାତା ହରିଶଙ୍କର ରାଉତ ଗୁରୁବାର କେସିଙ୍ଗା ଓ ଶୁକ୍ରବାର ଜୁନାଗଡ ଏବଂ ଧର୍ମଗଡ ବିଜ୍ଞାପିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories