www.samajalive.in
Friday, December 5, 2025
20.1 C
Bhubaneswar

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଷ୍ଟିମେଟର

ରାୟଗଡା: ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଷ୍ଟିମେଟର। ଶୁକ୍ରବାର ପେଟି ଠିକାଦାର ସୁମନ୍ତ ପରିଡ଼ାଙ୍କଠାରୁ ଲାଞ୍ଚ ନେବାବେଳେ ଧରାପଡିଛନ୍ତି ରାୟଗଡ଼ା ଜନସ୍ୱାସ୍ଥ୍ୟ ବିଭାଗ(ପିଏଚଡ଼ି) ଏଷ୍ଟିମେଟର ରମାକାନ୍ତ ମଲ୍ଲିକ। ଝଞ୍ଜାବତୀ ନଦୀରେ ଥିବା ପମ୍ପ ହାଉସ ମରାମତି ବାବଦର ଏଷ୍ଟିମେଟ କରିବା ପାଇଁ ଠିକାଦାର ବିଘ୍ନେଶ୍ୱର ପରିଡାଙ୍କ ସମ୍ପର୍କୀୟ ଜୟଭାମଗୁଡାର ସୁମନ୍ତ ପରିଡାଙ୍କଠାରୁ ଲାଞ୍ଚ ନେଉଥିଲେ। ଗତ ଫେବୃୟାରୀ ମାସରେ ଏହାର ମରାମତି କାମ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଷ୍ଟିମେଟ ହୋଇନଥିଲା। ଏଷ୍ଟିମେଟ କରିବା ପାଇଁ ବାରମ୍ବାର ଲାଞ୍ଚ ମାଗିବାରୁ ଠିକାଦାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏନେଇ ସେ ୨୮ ତାରିଖରେ ରାୟଗଡା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ପ୍ରକାରେ ଜୟପୁର ଭିଜିଲାନ୍ସ ଏସପି ବେଣୁଧର ନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଶିରିଗୁଡାସ୍ଥିତ ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏଷ୍ଟିମେଟର ତଥା ଆସିଷ୍ଟାଣ୍ଟ ଇଞ୍ଜିନିୟର ରମାକାନ୍ତ ମଲ୍ଲିକ ନିଜ ପ୍ରକୋଷ୍ଠରେ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଜୟପୁର ଭିଜିଲାନ୍ସ ଅତିରିକ୍ତ ଏସପି ଅରୁଣ କୁମାର ନକରିଙ୍କ ନେତୃତ୍ବରେ ରାୟଗଡା ଇନ୍ସପେକ୍ଟର ତରୁଲତା ବେହେରାଙ୍କ ସମେତ ୫ ଜଣିଆ ଟିମ୍ ଚଢ଼ାଉ କରି ତାଙ୍କୁ ଧରିଥିଲେ। ଏହାପରେ ସିରିକଣାସ୍ଥିତ ତାଙ୍କ ଭଡାଘର ଓ ତାଙ୍କ ପତ୍ନୀ ରହୁଥିବା କଟକ ମେରିଆ ବଜାରସ୍ଥିତ ଭଡାଘରେ ମଧ୍ୟ ଚଢ଼ାଉ ଚାଲିଛି। ଏବେ ଗିରଫ ଏଷ୍ଟିମେଟରଙ୍କୁ ରାୟଗଡ଼ା ଭିଜିଲାନ୍ସ ଡିଏସପି ଅଫିସରେ ପଚରାଉଚରା କରାଯାଉଛି। ଏହାପରେ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଗିରଫ ଏଷ୍ଟିମେଟର ରମାକାନ୍ତ ମଲ୍ଲିକଙ୍କୁ ହାଜର କରାଯିବ ବୋଲି ଜଣାପଡିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories