www.samajalive.in
Friday, December 5, 2025
26.1 C
Bhubaneswar

ବାସ୍ତୁ.. ଅଛି କି ପଡୋଶୀ ଘରୁ ଲୁଣ ମାଗିବା ଅଭ୍ୟାସ?

ନିଜର ଦୈନନ୍ଦନିନ ଜୀବନରେ ଅନେକ ଥର ଏପରି ଦେଖାଯାଏ, ଲୋକେ ଜାଣତରେ ହେଉ ଅଥବା ଅଜାଣତରେ ଏପରି କେତେକ ଜିନିଷ ନିଜର ସାଙ୍ଗ, ପଡୋଶୀ ଓ ସମ୍ପର୍କୀୟ ଠାରୁ ନେଇ ଆସନ୍ତି, ଯାହା ଆଣିବା ଉଚିତ୍‌‌ ନୁହେଁ। ବାସ୍ତୁ ଅନୁଯାୟୀ, ଏଭଳି କେତେକ ଜିନିଷ ରହିଛି, ଯାହାକୁ ଦାନ ଦେବା ଉଚିତ ନୁହେଁ କିମ୍ବା ଅନ୍ୟ ଠାରୁ ବିନା ମୂଲ୍ୟରେ ଆଣିବା ଉଚିତ ନୁହେଁ। ଏହି ଅଭ୍ୟାସ କାରଣରୁ ସୁଖସମୃଦ୍ଧି ହ୍ରାସ ସହ ଟଙ୍କାର ଅଭାବ ଲାଗି ରହିବା ସହ କାଙ୍ଗାଳ କରିଥାଏ ବୋଲି କୁହାଯାଏ। ଜାଣନ୍ତୁ..
ଅନେକ ଥର ଏପରି ଦେଖାଯାଏ, ଲୋକେ ପଡୋଣୀ ଠାରୁ କିଛି ଦହି ମାଗି ଆଣିଥାଆନ୍ତି। ସେହି ଦହିକୁ ଆଣି ଘରେ କ୍ଷୀରରେ ମିଶାଇ ଦହି ପ୍ରସ୍ତୁତ କରନ୍ତି। ମାତ୍ର ଏପରି କରିବା ଦ୍ୱାରା ଘରେ ଅଶାନ୍ତି ଓ ପରିବାର ସଦସ୍ୟଙ୍କ ମାନସିକ ଦୁଃଶ୍ଚିନ୍ତା ବୃଦ୍ଧି ପାଇଥାଏ। ଦହି ସର୍ବଦା ଟଙ୍କା ଦେଇ କିଣନ୍ତୁ। ଦହିକୁ ବିନା ଟଙ୍କାରେ ଆଣନ୍ତୁ ନାହିଁ କିମ୍ବା ଦିଅନ୍ତୁ ନାହିଁ।
ଅନେକ ଥର ଏପରି ଦେଖାଯାଏ ଘରେ ଲୁଣ ଶେଷ ହୋଇ ଗଲେ ଏହାକୁ ପଡୋଣୀ ଠାରୁ ଆଣିଥାଆନ୍ତି। ମାତ୍ର ବାସ୍ତୁ ଅନୁଯାୟୀ, ଲୁଣର ସମ୍ବନ୍ଧ ଶନିଦେବଙ୍କ ସହ ଜଡିତ। ତେଣୁ ଲୁଣ ବିନା ଟଙ୍କାରେ ଦେବା କିମ୍ବା ଆଣିବା ଦ୍ୱାରା ଶନିଦେବ ଅସନ୍ତୁଷ୍ଟ ହୋଇ ଥାଆନ୍ତି। ଏହାଦ୍ୱାରା କରଜ ସମସ୍ୟା ଲାଗି ରହିଥାଏ।
ଦିଆସିଲି ମଧ୍ୟ କାହା ଠାରୁ ବିନା ଟଙ୍କାରେ ଆଣନ୍ତୁ ନାହିଁ। କିମ୍ବା ଦାନ ଦିଅନ୍ତୁ ନାହିଁ। ଦିଆସିଲିର ସମ୍ବନ୍ଧ ଅଗ୍ନିଦେବଙ୍କ ସହ ଜଡିତ। ବାସ୍ତୁ ଅନୁଯାୟୀ, ଏପରି କରିବା ଦ୍ୱାରା ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ କ୍ରୋଧ ଓ ଅଶାନ୍ତି ବୃଦ୍ଧି ପାଇଥାଏ। ସମସ୍ୟା ଲାଗି ରହିଥାଏ।
ବିନା ଟଙ୍କାରେ କାହାରିକୁ କଳାରାଶି ଦେବା ଉଚିତ ନୁହେଁ। କାହା ଠାରୁ ନେବା ମଧ୍ୟ ଉଚିତ ନୁହେଁ। ଏପରି କରିବା ଦ୍ୱାରା ଜୀବନରେ ସମସ୍ୟା ଲାଗି ରହିଥାଏ। ଶନିବାର ଦିନ ଭୁଲ୍‌‌ରେ ମଧ୍ୟ କଳାରାଶି ମାଗଣାରେ ଆଣନ୍ତୁ ନାହିଁ କିମ୍ବା ଦିଅନ୍ତୁ ନାହିଁ।
କାହାରିକୁ ମଧ୍ୟ ବିନା ଟଙ୍କାରେ ରୁମାଲ ଦିଅନ୍ତୁ ନାହିଁ କିମ୍ବା ଆଣନ୍ତୁ ନାହିଁ। ଏପରି କରିବା ଦ୍ୱାରା ପରସ୍ପର ମଧ୍ୟରେ କଳହ ହୋଇଥାଏ। ଏହାକୁ କାହାରିକୁ ଉପହାରରେ ମଧ୍ୟ ଦିଅନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ।

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories