www.samajalive.in
Monday, December 15, 2025
24.1 C
Bhubaneswar

ସାଲଡ଼ରେ ନୁଆଁଖାଇ ଭେଟଘାଟ୍ 

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଅନ୍ତର୍ଗତ ସାଲଡ଼ ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନୁଆଁଖାଇ  ଭେଟ୍ ଘାଟ୍ ମହାସମାରୋହ ଆୟୋଜିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ବାରା ଈଷ୍ଟଦେବୀ  ମା ସମଲେଇଙ୍କ ଠାରେ ପୂଜା ଅର୍ଜନା ଓ  ଦୀପ ପ୍ରଜ୍ୱଳ କରାଯାଇଥିଲା। ନୁଆଁ ଖାଇ  ଭେଟ୍ ଘାଟ୍  କମିଟି ସଭାପତି ଅନ୍ତର୍ଯ୍ୟାମୀ ପାଣିଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଏହି ଉତ୍ସବରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ କୁଳପତି ଡ଼ଃ ଅର୍କ କେଶରୀ ଦାସ ମହାପାତ୍ର  ମୁଖ୍ୟ ଅତିଥି, ବିଶ୍ୱ ହିନ୍ଦୁ ପରିଷଦ  ପଶ୍ଚିମ ପ୍ରାନ୍ତ ଅଧ୍ୟକ୍ଷ ଡ଼ା ରାଜକୁମାର ବଡ଼ ପଣ୍ଡା ମୁଖ୍ୟବକ୍ତା ଏବଂ ପୂର୍ବତନ ବିଧାୟକ  ଦୁର୍ଯ୍ୟୋଧନ ଗର୍ଡିଆ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।l  ଅତିଥି ମାନେ  ଭିନ୍ନତା ମଧ୍ୟରେ ଏକତା ଓ ଭ୍ରାତୃତ୍ବ ର ପ୍ରତୀକ ପ୍ରାଚୀନ ଗଣପର୍ବ  ନୁଆଁଖାଇ ପର୍ବର ଉତ୍ପତ୍ତି, ବିଶେଷତ୍ବ, ସମାଜିକ  ଓ ସାଂସ୍କୃତିିକ ଜୀବନ ରେ ଏହାର ପ୍ରଭାବ ଉପରେ ଆଲୋକପାତ କରି  ଦିନକୁ ଦିନ ଏହି ପର୍ବ   ଜାତୀୟ ଓ ଆନ୍ତର୍ଜାତିକ   ସ୍ତରରେ  ଲୋକପ୍ରିୟ  ହେଉଥିବାରୁ ଏହା ପଶ୍ଚିମ ଓଡିଶାର  ମାଟି ପାଇଁ ଗର୍ବର ବିଷୟ ବୋଲି ମତ ପ୍ରକାଶ କରି ଥିଲେ।  ସମ୍ପାଦକ ବିରଞ୍ଚି ବିଶ୍ୱାଳ ବିବରଣୀ  ପାଠ କରିଥିଲେ। ଭେଟଘାଟ୍  ଉତ୍ସବରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ  ସଫଳତା ଅର୍ଜନ କରିଥିବା ସରିତା ଓରାମ, ଆର୍ଟ ଅଫ ଲିଭିଂର  ଯୋଗ ଗୁରୁ ହିମଂଶୁ ପଣ୍ଡା ଏବଂ ମଧୁମିତା ଭଉଣୀଙ୍କୁ ମାନ ପତ୍ର ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।  କାର୍ଯ୍ୟକ୍ରମ ଆରମ୍ଭରେ ମନୋଜ  ନାୟକ ପ୍ରାରମ୍ଭିକ  ସଂଗୀତ ଗାନ    ପରେ ବିଶ୍ୱକେଶନ  ବିଶ୍ୱାଳ ସ୍ୱାଗତ  ଭାଷଣ ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।  ସୁବାସ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଅଞଳର ବହୁ  ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ  କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ  ହାସ୍ୟ କଵି  ଗୁଣୁମନୀ ସାଲିମାଙ୍କ ସଂଯୋଜନାରେ  ଏକ ହସ୍ୟକବି ଧୂରକୁଟା ହସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ  ଭଟଲିର ଦେବନ୍ଦ୍ର ସାହୁ, ବରପାଲି ଭାରତ ନାୟକ ସୋହେଲାର ମୁନିରାମ କମ୍ଭାର ପ୍ରମୁଖ ଅଂଶ ଗ୍ରହଣ କରି ଦର୍ଶକ ମାନଙ୍କୁ ଆମୋଦିତ କରିଥିଲେ। ଶେଷରେ  ଶିକ୍ଷକ ଆସନ ବେହରା ଙ୍କ ସଂଯୋଜନା ସାଂସ୍କୃତିକ  କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories