www.samajalive.in
Sunday, December 14, 2025
19.1 C
Bhubaneswar

ମଝିଘରିଆଣି ମନ୍ଦିର ହୁଣ୍ଡିରୁ ମିଳିଲା ୬୮ ଲକ୍ଷ ଟଙ୍କା, ୩୯ ଗ୍ରାମ ସୁନା, ୧୭୯୭ ଗ୍ରାମ ରୁପା ଓ ବିଦେଶୀ ମୁଦ୍ରା

ରାୟଗଡା :  ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ହୁଣ୍ଡିରୁ ବାହାରିଲା ପୁଳା ପୁଳା ଟଙ୍କା, ସୁନା, ରୁପା ଅଳଙ୍କାର ସହ ବିଦେଶୀ ମୁଦ୍ରା। କଡା ପୁଲିସ ସୁରକ୍ଷା ବଳୟ ମଧ୍ୟରେ ୩ ମାସ ପରେ ଆଜି ପୁଣି ଥରେ ମାଆଙ୍କ ମନ୍ଦିରର ୯ଟି ଦାନ ବକ୍ସ ଖୋଲା ଯାଇଥିଲା। ଏଥିରୁ ୬୮ ଲକ୍ଷ ୭୪ ହଜାର ୧୪୦ ଟଙ୍କା ମିଳିଛି । ଏହା ସହ ୫୩ ଗ୍ରାମ ସୁନା ଓ ଗୋଟିଏ ଲଷ୍ମୀ ମୂର୍ତ୍ତୀ ସହ ଏକ କିଲୋ ୭୯୭ ଗ୍ରାମ ରୁପା ଅଳଙ୍କାର ମିଳିଛି । ସେଭଳି ୮ଟି ଆମେରିକୀୟ ଡଲାର, କାନାଡାର ଡିକ୍ସ ଟେନ୍ ଡଲାର ଗୋଟିଏ, କ୍ୱାତର ସେଂଟ୍ରାଲ ବ୍ୟାଙ୍କ ରିଆଦ ୨ଟି, ୟୁନାଇଟେଡ୍ ଆରବ ଏମିରେଟସର ସେଂଟ୍ରାଲ ବ୍ୟାଙ୍କର ୫ ଦିରହାମସ ଗୋଟିଏ ବିଦେଶୀ ନୋଟ୍ ମିଳିଛି । ଏଥର ଏକ ଲକ୍ଷ ୭୫ ହଜାର ୯୩୦ ଟଙ୍କାର କଏନ୍ ମିଳିଛି । ପୁରୁଣା ୫ଶହ ଟଙ୍କିଆ ନୋଟ୍ ୪ଟି ମିଳିଛି । ଦାନ ଆକାରରେ ଏହି ସବୁ ଟଙ୍କା, ସୁନା ଅଳଙ୍କାର ଭକ୍ତମାନେ ମନ୍ଦିର ହୁଣ୍ଡିରେ ପକାଇଥାନ୍ତି ।

ବୁଧବାର ସକାଳ ୧୦ଟାରୁ ଆରମ୍ଭ ହୋଇ ରାତି ୯ଟାରେ ଟଙ୍କା ଗଣତି ଶେଷ ହୋଇଥିଲା । ହୁଣ୍ଡି ଖୋଲିବା ପରେ ଟଙ୍କା ଗଣତି କାମ ୟୁନିୟନ ବ୍ୟାଙ୍କ ପକ୍ଷରୁ କରାଯାଇଛି । ମନ୍ଦିର ହୁଣ୍ଡିରେ ଓଡିଶା ସହ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ଭକ୍ତମାନେ ଦାନ ଆକାରରେ ଏହି ସବୁ ଟଙ୍କା ଓ ସୁନା ଅଳଙ୍କାର ପକାଇଥାନ୍ତି । ଏହି ଗଣତି କାର୍ଯ୍ୟରେ ରାୟଗଡାର ଭେଙ୍କେଟେଶ୍ୱର କଲ୍ୟାଣ ମଣ୍ଡପର ସଦସ୍ୟ, ଜେମସ୍ କୋଚିଂ ସେଂଟର ଛାତ୍ରଛାତ୍ରୀ, ସତ୍ୟସାଇ ସ୍ୱେଛାସେବୀ ସଂଗଠନ ସଦସ୍ୟମାନେ ସହାୟତା କରିଥିଲେ। ଟଙ୍କା ଗଣତି ବେଳେ ରାୟଗଡା ଦେବୋତ୍ତର ଅଧିକାରୀ, ଏଣ୍ଡୋମେଣ୍ଟ ନୀରିକ୍ଷକ, ମନ୍ଦିର ଟ୍ରଷ୍ଟି ସଭ୍ୟ, ମନ୍ଦିର କର୍ମଚାରୀ ଓ ବ୍ୟାଙ୍କ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ସବୁ ଟଙ୍କା ୟୁନିୟନ ବ୍ୟାଙ୍କରେ ଜମା କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟି ରାଇସିଂ ବିଡିକା ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories