www.samajalive.in
Monday, December 15, 2025
16.1 C
Bhubaneswar

ନିଦରୁ ଉଠୁନାହାନ୍ତି ବିକ୍ରମ ଓ ପ୍ରଜ୍ଞାନ

ବେଙ୍ଗାଲୁରୁ: ଚନ୍ଦ୍ରର ଦକ୍ଷିଣ ମେରୁସ୍ଥିତ ‘ଶିବଶକ୍ତି ସ୍ଥଳ’ରେ ସେପ୍ଟେମ୍ବର ୨ରୁ ଶୋଇଥିବା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଆଉ ଉଠୁନାହାନ୍ତି। ସୂର୍ଯ୍ୟକିରଣ ପାଇବା ପରେ ଓ ଇସ୍ରୋ ବୈଜ୍ଞାନିକଙ୍କ ବହୁ ଉଦ୍ୟମ ସତ୍ତ୍ବେ ଏହାର ବ୍ୟାଟେରି ଆଉ କାର୍ଯ୍ୟକ୍ଷମ ହେଉନାହିଁ। ଏଥିରୁ ଆଉ କୌଣସି ସଂକେତ ବା ସିଗ୍‌ନାଲ ମିଳୁନାହିଁ। ଅଗଷ୍ଟ ୨୩ରେ ଅବତରଣ କରିଥିବା ଚନ୍ଦ୍ରଯାନର ୪୦ଦିନିଆ ଯାତ୍ରା ସମ୍ଭବତଃ ଶେଷ ହୋଇଛି। ଏହାର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସେପ୍ଟେମ୍ବର ୨୨ରେ ବ୍ୟାଟେରି ସାମାନ୍ୟ ଚାର୍ଜ ହେଲା ଭଳି ଅନୁଭୂତ ହୋଇଥିଲା ଓ ସେଥିଯୋଗୁଁ ବୈଜ୍ଞାନିକମାନେ ଆଶାବାଦୀ ହୋଇଉଠିଥିଲେ। ସେପ୍ଯେମ୍ବର ୩୦ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପୁଣି ସୂର୍ଯ୍ୟାସ୍ତ ହେବା ପର୍ଯ୍ୟନ୍ତ ବିକ୍ରମ ଓ ପ୍ରଜ୍ଞାନକୁ ଉଠାଇବା ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ସ୍ପେସ୍‌ ଆପ୍ଲିକେସନ୍‌ ସେଣ୍ଟର ନିର୍ଦେଶକ ନୀଲେଶ ଦେଶାଇ।

ଅପରପକ୍ଷରେ ଚନ୍ଦ୍ରର ଟେଳା (ମଟାଳ) ମାଟିରେ ୧୦୫ ମିଟର ଚାଲିଥିବା ପ୍ରଜ୍ଞାନ ଭାରତର ଅଶୋକ ସ୍ତମ୍ଭ ଓ ଇସ୍ରୋର ପ୍ରତୀକ ଛାଡ଼ି ଅାସିବ ବୋଲି କୁହାଯାଉଥିଲା। ଏହା କିଛି ପରିମାଣରେ ମଧ୍ୟ ଲକ୍ଷ୍ୟ କରାଯାଇଥିଲା; କିନ୍ତୁ ଏହି ପ୍ରତୀକ ସ୍ଥାୟୀ ଭାବେ ରହିପାରିନାହିଁ। ବସ୍ତୁତଃ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ନିଜ ଐତିହାସିକ ସଫଳତାର ସ୍ପଷ୍ଟ ଛାପ ଛାଡ଼ିଆସିବାରେ ବିଫଳ ହୋଇଥିବା ଜଣାପଡ଼ିଛି। ଏହା ଚନ୍ଦ୍ରରେ ଆବାସ ପ୍ରତିଷ୍ଠା ଲକ୍ଷ୍ୟରେ ପରବର୍ତ୍ତୀ ଅଭିଯାନ ପ୍ରତି ଧକ୍କା ବୋଲି କୁହାଯାଉଛି। ପ୍ରଜ୍ଞାନର ପଛ ଚକରେ ଭାରତର ଜାତୀୟ ପ୍ରତୀକ ରହିଥିବାରୁ ଚାଲିଲାବେଳେ ଏହା ପ୍ରତୀକର ଛାପ ରଖିଥିଲା; କିନ୍ତୁ ତାହା ସ୍ଥାୟୀ ଭାବେ ରହିନାହିଁ। ମାଟିର ଅବସ୍ଥା ଯୋଗୁଁ ଏହା ପୋଛି ହୋଇଯାଇଛି। ଇସ୍ରୋ ଅଧ୍ୟକ୍ଷ ଏସ୍‌. ସୋମନାଥ ଏହା ସ୍ବୀକାର କରିଛନ୍ତି। ଚନ୍ଦ୍ରରେ ଭାରତର ଜାତୀୟ ପ୍ରତୀକ ଓ ଇସ୍ରୋ ଚିହ୍ନ ସ୍ପଷ୍ଟ ଭାବେ ରହିନାହିଁ। ଏହା ବୈଜ୍ଞାନିକଙ୍କୁ ଅଧିକ ଗବେଷଣାର ଖୋରାକ ଯୋଗାଇଛି। ଚନ୍ଦ୍ରର ମାଟି ବାଲିଆ ହୋଇଥିଲେ ଚିହ୍ନ ରହିପାରିଥାନ୍ତା। ଚନ୍ଦ୍ରର ମାଟିକୁ ପାଣି ପରି କୌଣସି ଦ୍ରବ୍ୟ ବାନ୍ଧି ରଖୁଛି ଏବଂ ଏହା ଗବେଷଣାର ବିଷୟ ବୋଲି ସୋମନାଥ କହିଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories