www.samajalive.in
Sunday, December 14, 2025
17.1 C
Bhubaneswar

ପବିତ୍ର ରାହସ ପୂର୍ଣ୍ଣିମା : ଆଖଣ୍ଡଳମଣିଙ୍କ ହରଗୈାରୀ ବେଶ ଦର୍ଶନ କଲେ ୫୦ହଜାର ଭକ୍ତ

ଆରଡି : ପବିତ୍ର ରାହସ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ରାଜ୍ୟର ଅନ୍ୟତମ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଉତ୍ସବମୁଖର ହୋଇ ଉଠିଥିଲା। ବିଶେଷକରି ମଣିବାବାଙ୍କ ହରଗୈାରୀ ବେଶ ଦର୍ଶନ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ୫୦ହଜାର ଶ୍ରଦ୍ଧାଳୁ ସମାଗମ ହୋଇଥିଲା। ପୀଠରେ ଅଗଣିତ ଭକ୍ତମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ସହ ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମନ୍ଦିରର ଦୈନଦିନ ନୀତିନିର୍ଘ୍ୟଣ୍ଟ ର ସାମନ୍ୟ ପରିବର୍ତ୍ତନ କରାଯାଇ ଏକଘଣ୍ଟା ପୂର୍ବରୁ ଅର୍ଥାତ ରାତ୍ର ସାଢେ ୩ଟାରେ ରାହସ ପୂର୍ଣ୍ଣିମାର ନୀତିକାନ୍ତ ମନ୍ଦିର ଦ୍ୱାର ଫିଟା ହେବା ପରେ ଅନୁଷ୍ଠିତ ହୋଇଥିଲାି। ପହିଲି ନୀତିକାନ୍ତି ଅନୁଯାୟୀ ଭୋର ୪ଟାରେ ମଙ୍ଗଳ ଆଳତୀ, ଘର୍ଷଣ ଲାଗି, ଜଳାଭିଷେକ ଆଦି କରାଯିବା ସହିତ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହୁଲୁ ବାଲ୍ୟଭୋଗ ଓ ଖେଚୁଡି ନୀତି(ବଢାଭାତ)ଲାଗି କରାଯାଇଥିଲା। ସକାଳ ୫ଟା ଠାରୁ ଦିବା ୧ଟା ପର୍ଯ୍ୟନ୍ତ ସାହଣ ମେଲା ରହିବା ସହିତ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତ ଓ ପର୍ଯ୍ୟଟକମାନେ ଦର୍ଶନ ଓ ମାନସିକ ସ୍ୱରୁପ ପ୍ରସିଦ୍ଧ ଘର୍ଷଣଭୋଗ ଲାଗି କରିଥିଲେ। ଏପରିକି ଶ୍ରଦ୍ଧାଳୁଭକ୍ତମାନଙ୍କ ହରିବୋଲ-ହୁଳହୁଳିିରେ ସମଗ୍ର ଆରଡିପୀଠ ହୋଇ ଉଠିଥିଲା। ବିଶେଷକରି ସଂକିର୍ତ୍ତନମଣ୍ଡଳୀଙ୍କ ନାଚ-ଗୀତରେ କମ୍ପି ଉଠିଥିଲା ମନ୍ଦିର ପରିସର। ଦିବା ୧ଟା ସୁଧା ସମସ୍ତ ସକାଳ ଧୂପ ସରିବା ପରେ ମଣିବାବାଙ୍କୁ ପଞ୍ଚୁକ ନୀତି ଅବସରରେ ପଞ୍ଚାନନ ବେଶ କରାଯାଇ ବଡନୀତିଭୋଗ ଲାଗି କରାଯାଇ ଏକଘଣ୍ଟା ଅବକାଶନୀତି(ଶୟନ) କରାଯାଇଥିଲା। 

ଅନ୍ୟପଟେ ଏକମାସ ହଭିଷବ୍ରତରେ ଥିବା ହଭିଷାଳିମାନେ ମଣିବାବଙ୍କୁ ପହିଲୁ ଦର୍ଶନ କରିବା ସହିତ ଜଗନ୍ନାଥଙ୍କ ମନ୍ଦିର ନିକଟସ୍ଥ ଚନ୍ଦନ ପୁଷ୍କରିଣୀରେ ଡଙ୍ଗା ଭସାଇଥିଲେ। ଅପରାହ୍ଣ ୪ଟା ସୁଧା ସମସ୍ତ ସକାଳ ନୀତିକାନ୍ତି ସରିବା ପରେ ଗର୍ଭଗୃହ ମାର୍ଜନା କରାଯାଇ ବିଭିନ୍ନ ଅଳଙ୍କାର ସମେତ ଫୁଲ, ଚନ୍ଦନ, ରୂପା ମୁକୁଟ, ବେଲ୍ୱପତ୍ର ଆଦିରେ ଆଖଣ୍ଡଳମଣିଙ୍କୁ “ହର” ଓ ମାତା ପାର୍ବତୀଙ୍କୁ “ଗୈାରୀ” ବେଶରେ ସଜ୍ଜିତ କରାଯିବା ପରେ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ସାହଣ ମେଲା କରାଯାଇଥିଲା। ମଣିବାବାଙ୍କର ଏହି ‘ହରଗୈାରୀ’ ବେଶ ବର୍ଷକରେ ଥରେ ହୋଇଥିବାରୁ ଦର୍ଶନ ନିମନ୍ତେ ବହୁ ଭକ୍ତ ମାନସିକ ରଖିିଥାନ୍ତି। ଯାହାକି ଏହି ବେଶ ଦର୍ଶନ କଲେ ବହୁ ପୂଣ୍ୟ ମିଳିଥାଏ ବୋଲି ଭକ୍ତଙ୍କ ବଶ୍ୱାସ ରହିଛି।ଶ୍ରଦ୍ଧାଳୁ ଭକ୍ତମାନଙ୍କର ଦର୍ଶନ ଓ ମାନସିକ ପୂଜା ନିମନ୍ତେ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେହିପରି ସ୍ଥାନୀୟ ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ ଓ ଧୁଷୁରୀ ପୁଲିସ ନେତୃତ୍ୱରେ ବସଷ୍ଟାଣ୍ଡ ଠାରୁ ନଦୀ ଘାଟ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ଆସି ମଣିବାବାଙ୍କୁ ଦର୍ଶନ କରିବା ସହିତ ମାନସିକ ପୂଜା ଲାଗି କରିବେ ସେଥିପାଇଁ ମନ୍ଦିର ଗର୍ଭଗୃହକୁ ଉଜ୍ୱଳ ଆଲୋକରେ ସଜ୍ଜିତ କରାଯାଇଥିଲା। ପୀଠରେ ଥିବା ଜଳପଥ ବୈତରଣୀ ଓ ସାଳନ୍ଦୀ ନଦୀର ମୁଆଁ -ତିନିତର ସହ ଧାନଖଣିଆ ଘାଟରେ ବହୁ ଭକ୍ତ ନଦୀ ପାରି ହୋଇ ଆସୁଥିବାର ଦେଖିବାକୁ ମିଳିଥିଲା। ଏଥିପାଇଁ ନଦୀର ଉଭୟ ପାର୍ଶ୍ବରେ ବ୍ୟାପକ ବ୍ୟବସ୍ଥା କରାଯିବା ସହିତ ନଦୀ ପାରି ହେବା ପାଇଁ ଅତିରିକ୍ତ ମଟର ବୋଟ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ପୀଠ ସମେତ ବିଭିନ୍ନ ଦେବାଦେବୀଙ୍କ ପୀଠରେ ପଞ୍ଚୁକବ୍ରତ ତଥା ରାହାସ ପୂର୍ଣ୍ଣମୀ ନୀତିକାନ୍ତି ମହାଆଡମ୍ବର ସହ ପାଳିତ ହୋଇଯାଇଛି। ମଠଡିହ ପତିତପାବନ ମନ୍ଦିର, ପହଣା ଜଗନ୍ନାଥ ମନ୍ଦିର, ଭୁଇଁପୁର, ନାନ୍ଦପୁର, କୋଇଲିଖା, ସୁନ୍ଦରପୁର, ଦୋହରାପାଟଣଣା, ଆଦି ଆଖପାଖ ଗ୍ରାମରେ ଧୁମଧାମର ସହ ପାଳିତ ହୋଇଯାଇଛି ରାହସ ପୂର୍ଣ୍ଣିମା ଡଙ୍ଗାବସା ପର୍ବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories