www.samajalive.in
Monday, December 15, 2025
16.1 C
Bhubaneswar

ଦେଶ ପାଇଁ ବିପଦ ପନୁନ୍‌ – ଭାରତର ଏକତା ଓ ଅଖଣ୍ଡତା ପ୍ରତି ଆହ୍ବାନ ସୃଷ୍ଟି କରିବା ସହ ଧର୍ମ ଆଧାରରେ ଭାଗ କରିବାକୁ ଚେଷ୍ଟା

ନୂଆଦିଲ୍ଲୀ : ଭାରତକୁ ଖଲିସ୍ତାନ, ଡେମୋକ୍ରାଟିକ ରିପବ୍ଲିକ ଅଫ୍‌ ଉର୍ଦୁସ୍ତାନ ଆଦି ନାମରେ ଧର୍ମ ଆଧାରରେ ଖଣ୍ଡଖଣ୍ଡ କରିବା ଯୋଜନା କରିଛି ଖଲିସ୍ତାନୀ ସଂଗଠନ ଶିଖ୍‌ସ ଫର ଜଷ୍ଟିସ ବା ଏସ୍‌ଏଫ୍‌ଜେ ନେତା ଗୁରପତୱନ୍ତ ସିଂହ ପନୁନ୍‌। ଏହା ପଛରେ ପାକିସ୍ତାନର ପ୍ରଚ୍ଛନ୍ନ ହାତ ରହିଥିବା ଏନ୍‌ଆଇଏ ସୂତ୍ରରୁ ସୂଚନା ମିଳିଛି। ସମ୍ପ୍ରତି ଆମେରିକାରେ ଅବସ୍ଥାନ କରୁଥିବା ପନୁନ୍‌ ନିଜ ସଂଗଠନ ମାଧ୍ୟମରେ ଆମେରିକା, ବ୍ରିଟେନ୍‌, ଅଷ୍ଟ୍ରେଲିଆ ଓ କାନାଡ଼ା ଭଳି ବିଭିନ୍ନ ରାଷ୍ଟ୍ରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଜାରି ରଖିଛି।

ମନ୍ଦିର ଭାଙ୍ଗିବା ସହ ବିଭିନ୍ନ ରାଷ୍ଟ୍ରରେ ଥିବା ଭାରତର କୂଟନୈତିକ କାର୍ଯ୍ୟାଳୟ ଉପରେ ଆକ୍ରମଣ କରୁଛି। ତା’ ନାମରେ ଭାରତରେ ଏବେ ୧୬ଟି ମାମଲା ବିଚାରାଧୀନ ରହିଛି। ଦିଲ୍ଲୀ, ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡରେ ଏହି ସବୁ ମାମଲା ରହିଛି। କାଶ୍ମୀରରେ ମଧ୍ୟ ସେ ଭାରତ ବିରୋଧୀ ଅଭିଯାନ ଚଳାଇଛି। ନିକଟରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଅବସରରେ ସେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ଖଲିସ୍ତାନୀ ପତାକା ଉତ୍ତୋଳନ ଉଦ୍ୟମ କରିଥିଲା। କେନ୍ଦ୍ର ସରକାର ୨୦୧୯ରେ ତା’ ସଂଗଠନକୁ ନିଷିଦ୍ଧ ସହ ୨୦୨୨ରେ ତାକୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ତା’ ମୁଣ୍ଡ ପାଇଁ ମଧ୍ୟ ପୁରସ୍କାର ଘୋଷିତ ହୋଇଛି। ଶନିବାର ଚଣ୍ଡିଗଡ଼ ଓ ଅମୃତସର ନିକଟସ୍ଥ ତାର ଜମି ଓ ଘରକୁ ବାଜ୍ୟାପ୍ତ କରାଯାଇଛି। ସମ୍ପ୍ରତି କାନାଡ଼ା ଓ ଭାରତ ମଧ୍ୟରେ ଚାଲିଥିବା କୂଟନୈତିକ ଲଢ଼େଇ ପରିପ୍ରେକ୍ଷୀରେ ​‌େ​‌ସ କାନାଡ଼ାସ୍ଥିତ ଭାରତୀୟ କୂଟନୀତିଜ୍ଞଙ୍କୁ ଧମକ ଦେବା ସହ ଭାରତୀୟ ଓ ହିନ୍ଦୁମାନଙ୍କୁ ଭାରତ ପଳାଇବାକୁ ଚେତାବନୀ ଶୁଣାଇଥିଲା। ଗୁଇନ୍ଦା ସୂତ୍ର ଉଦ୍ଧାର କରି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦର୍ଶାଇଛି ଯେ

- Advertisement -

ପନୁନ୍‌ ଭାରତର ଏକତା ଓ ଅଖଣ୍ଡତା ପ୍ରତି ଆହ୍ବାନ ସୃଷ୍ଟି କରିବା ସହ ଧର୍ମ ଆଧାରରେ ଏହାକୁ ବହୁଦା ବିଭକ୍ତ ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଏ ସଂକ୍ରାନ୍ତ ଏକ ଅଡିଓ ବାର୍ତ୍ତା ପ୍ରସାର କରିଥିଲା; ଯେଉଁଥିରେ କାଶ୍ମୀର ଓ ପଞ୍ଜାବକୁ ସ୍ବତନ୍ତ୍ର ରାଷ୍ଟ୍ର କରିବାର ଘୋଷଣା ଥିଲା।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories