www.samajalive.in
Monday, December 15, 2025
17.1 C
Bhubaneswar

ଆତଙ୍କ ସୃଷ୍ଟିକାରୀ ୪ଯୁବକ ଅଟକ ; ବନ୍ଧୁକ, ବାଇକ ଜବତ

ପିପିଲି : ପିପିଲି ଥାନା ଅନ୍ତର୍ଗତ ନାରଣଖେତା ଗ୍ରାମରେ କାର୍ତ୍ତିକେଶ୍ୱର ପୂଜାତ୍ସୋବ ଚାଲିଥିବା ସମୟରେ ସେଠାରେ ଆତଙ୍କସୃଷ୍ଟି କରୁଥିବା ୪ଜଣ ଯୁବକଙ୍କୁ ପିପିଲି ପୁଲିସ ଅଟକ ରଖିଛି। ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ସହ ଦୁଇଟି ବାଇକ ଓ ମୋବାଇଲକୁ ପୁଲିସ ଜବତ କରିଛି।
ସୂଚନା ଅନୁଯାଇ, ନାରଣଖେତା ଗ୍ରାମର ଆରାଧ୍ୟ ଠାକୁର ବାଲୁଙ୍କେଶ୍ୱରଙ୍କ ପୀଠରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କାର୍ତ୍ତିକେଶ୍ୱରଙ୍କ ପୂଜାତ୍ସୋବ ଚାଲିଥିଲା। ଏଥିପାଇଁ ସେଠାରେ ଓ କଣ୍ଟି-ଡେଲାଙ୍ଗ କେନାଲବନ୍ଧ ରାସ୍ତାରେ ପ୍ରବଳ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା। ସେହି ସମୟରେ ସେହିବାଟ ଦେଇ ଦୁଇଟି ବାଇକରେ ଯାଉଥିବା ୪ ଯୁବକ ସେଠାରେ ଉପସ୍ଥିତ ଲୋକଙ୍କୁ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଲିଗୁଲଚ କରିବା ସହ ବିଭିନ୍ନ ଧମକଚମକ ଦେଇଥିଲେ। ଉକ୍ତ ନାରଣଖେତା ଗ୍ରାମର ଜନୈକ ମୁରବୀ ଲକ୍ଷ୍ମୀଧର ପ୍ରଧାନ ଉକ୍ତ ଯୁବକମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ସମୟରେ ସେମାନଙ୍କ ମଧ୍ୟରୁ ଜଣେ ହଠାତ ଏକ ବନ୍ଧୁକ ବାହାରକରି ଲକ୍ଷ୍ମୀଧରଙ୍କ ପେଟରେ ଲଗାଇ ଦେଇଥିଲା। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ କେତେକ ଯୁବକ ସାହସର ସହ ଉକ୍ତ ୪ ଅସାମାଜିକ ଯୁବକଙ୍କୁ କାବୁ କରିବା ସହ ପିପିଲି ପୁଲିସକୁ ଖବର ଦେଇଥିଲେ। ଆଇଆଇସି ଶରତ କୁମାର ସାହୁ, ଏଏସ୍‍ଆଇ ବିନୟ କୁମାର ଦାସ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ୪ଯୁବକଙ୍କୁ ଧରିବା ସହ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ଦୁଇଟି ବାଇକ, ମୋବାଇଲ ଫୋନକୁ ଜବତ କରିଥିଲେ। ଉକ୍ତ ଅସାମାଜିକ ଯୁବକମାନେ ହେଲେ ଡେଲାଙ୍ଗ ଥାନା ଜଗଦଳପୁର ଗ୍ରାମର ଚନ୍ଦ୍ରକାନ୍ତ ବଳବନ୍ତରାୟ ଓରଫ ତିଲୁଆ(୨୨), ଦୁର୍ଗାମାଧବ ପାତ୍ର(୨୬),ସୂର୍ଯ୍ୟକାନ୍ତ ମହାପାତ୍ର(୨୧) ଓ ଗଡକାଳୁପଡା ଗ୍ରାମର ଅବିନାଶ ହରିଚନ୍ଦନ(୧୯)। ପୁଲିସ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ସହ ସେମାନଙ୍କ ଅପରାଧିକ ଇତିହାସ ଜାଣିବା ପାଇଁ ବିଭିନ୍ନ ଥାନା ସହ ଯୋଗାଯୋଗ କରୁଥିବା ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories