ତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ ଘଟିଛି। ଖବର ଅନୁଯାୟୀ, ରବିବାର ସକାଳ ପ୍ରାୟ ୯ଟା ସମୟରେ ବିଦ୍ୟୁତ୍ ସର୍ଟ ସର୍କିଟ କାରଣରୁ ପ୍ରହଲ୍ଲାଦଙ୍କ ବାସଗୃହକୁ ଲାଗି ରହିଥିବା ପୁରୁଣା ଅଖା ଗୋଦାମ ଘରେ ନିଆଁ ଲାଗି ଯାଇଥିଲା। ନିଆଁକୁ ଦେଖି ପ୍ରହଲ୍ଲାଦ ତିଗିରିଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ଘର ଭିତରେ ଥିବା ବହୁ ପରିମାଣର ଅଖା ବସ୍ତା ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ନିଆଁରେ ଘରଟି ଆଂଶିକ ଭାବେ ଜଳି ଯାଇଥିବା ଜଣାପଡ଼ଛି। କ୍ଷୟକ୍ଷତିର ପରିମାଣ ଜଣା ପଡ଼ିନାହିଁ।
Popular Categories



