www.samajalive.in
Monday, December 15, 2025
14.1 C
Bhubaneswar

୨୦୨୩ରେ ଦେଶ ଛାଡ଼ିବେ ୬୫୦୦ ଧନୀ

ନୂଆଦିଲ୍ଲୀ: ଉତ୍ତମ ଆୟ ନିମନ୍ତେ ପ୍ରତିବର୍ଷ ହଜାର ହଜାର ଲୋକେ ଜୀବିକା ଅନ୍ୱେଷଣରେ ଦେଶ ଛାଡୁଛନ୍ତି। ଏମାନଙ୍କ ମଧ୍ୟରେ ଏପରି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଧନ ସମ୍ପତ୍ତିରେ ଭରପୂର ଥାଇ ମଧ୍ୟ ଉନ୍ନତ ଜୀବନ ଶୈଳୀ ନିମନ୍ତେ ଦେଶଛାଡି ବିଦେଶରେ ଯାଇ ବସବାସ କରୁଛନ୍ତି। ଧନିକମାନେ ଏପରି ଦେଶଛାଡି ପଳାଇବା କିଛି ନୂଆ କଥା ନୁହେଁ। ଚଳିତବର୍ଷ ମଧ୍ୟ ବହୁ ସଂଖ୍ୟାରେ ଭାରତୀୟ ଧନୀ ଦେଶ ଛାଡିପାରନ୍ତି। ଧନୀ ଲୋକେ ଦେଶଛାଡି ପଳାୟନ କରିବାରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ରହିଛି ଚୀନ୍।

ହେନଲେ ପ୍ରାଇଭେଟ୍ ୱେଲଥ୍ ମାଇଗ୍ରେସନ ରିପୋର୍ଟ ୨୦୨୩ ଅନୁସାରେ, ଚଳିତ ବର୍ଷ ଡିସେମ୍ବର ମଧ୍ୟରେ ୬,୫୦୦ ଧନୀ ଭାରତ ଛାଡି ଯାଇ ପାରନ୍ତି ବୋଲି ଅନୁମାନ କରାଯାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ଦେଶ ଛାଡୁଥିବା ଧନୀକଙ୍କ ସଂଖ୍ୟା ଟିକେ କମ୍ ରହିଛି। ଗତବର୍ଷ ୭୫୦୦ ଧନୀ ଭାରତ ଛାଡି ଚାଲିଯାଇଥିଲେ। ରିପୋର୍ଟରେ କୁହାଯାଇଛି, ନିଜ ଦେଶ ଛାଡି ଅନ୍ୟ ଦେଶରେ ରହୁଥିବା ଧନିକଙ୍କ ମଧ୍ୟରେ ସର୍ବାଧିକ ଅଛନ୍ତି ଚୀନ୍‌ ଲୋକେ। ଧନିକଙ୍କ ଏପରି ପଳାୟନ ସୂଚୀରେ ତୃତୀୟ ସ୍ଥାନରେ ରହିଛି ବ୍ରିଟେନ। ଏହି ଦେଶରୁ ପ୍ରତିବର୍ଷ ଅାନୁମାନିକ ୩୨୦୦ କୋଟିପତି ଦେଶ ଛାଡି ବିଦେଶକୁ ବସବାସ କରିବା ପାଇଁ ପଳାୟନ କରୁଛନ୍ତି। ସେହିପରି ରୁଷର ୩ ହଜାରରୁ ଅଧିକ ଧନୀ ଦେଶ ଛାଡି ପଳାୟନ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଭାରତରେ ଟିକସ ସଂକ୍ରାନ୍ତ ଜଟିଳ ନିୟମ ପାଇଁ ପ୍ରତିବର୍ଷ ହଜାର ହଜାର ବିତ୍ତଶାଳୀ ଲୋକ ଦେଶ ଛାଡି ଅନ୍ୟ ଦେଶକୁ ପଳାଉଥିବା କୁହାଯାଉଛି। ଏପରି ଲୋକେ ପ୍ରାୟତଃ ଅଷ୍ଟ୍ରେଲିଆ, ଦୁବାଇ ଓ ସିଙ୍ଗାପୁର ଭଳି ଦେଶକୁ ସେମାନଙ୍କ ବସବାସ ନିମନ୍ତେ ଉଚିତ ମନେ କରୁଛନ୍ତି। ଏହି ସବୁ ଦେଶମାନଙ୍କରେ ଟିକସ ସଂକ୍ରାନ୍ତ ନିୟମ ପ୍ରାୟ ସରଳ। ତେବେ କେବଳ ଚୀନ, ଭାରତ, ବ୍ରିଟେନ କି ରୁଷ ନୁହେଁ; ବ୍ରାଜିଲ, ହଂକଂ, ଦକ୍ଷିଣ କୋରିଆ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ଜାପାନ ଓ ଭିଏତ୍‌ନାମ ଭଳି ଦେଶରୁ ମଧ୍ୟ ଧନୀ ଲୋକେ ପଳାୟନ କରୁଛନ୍ତି।

- Advertisement -

ଭାରତରେ ଶୀର୍ଷ ୧୦ ଜଣ ଧନୀଙ୍କ ନିକଟରେ ଏତେ ସମ୍ପତ୍ତି ଅଛି ଯେ ଦେଶର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ୨୫ ବର୍ଷ ପର୍ଯ୍ୟନ୍ତ ଚଳାଇ ହେବ। ଦେଶର ୧୦ ପ୍ରତିଶତ ସର୍ବାଧିକ ଧନୀ ବ୍ୟକ୍ତିଙ୍କ ନିକଟରେ ୪୫ ପ୍ରତିଶତ ସମ୍ପତ୍ତି ଅଛି। ସେହିପରି ୫୦ ପ୍ରତିଶତ ଗରିବଙ୍କ ନିକଟରେ ମାତ୍ର ୬ ପ୍ରତିଶତ ସମ୍ପତ୍ତି ଅଛି। ‘ଗ୍ଲୋବାଲ ୱେଲ୍‌ଥ ମାଇଗ୍ରେସନ ରିଭ୍ୟୁ ରିପୋର୍ଟରେ କୁହାଯାଇଛି, ବର୍ଷ ୨୦୨୦ରେ ଦେଶରେ ଥିବା ସମୁଦାୟ କୋଟିପତିଙ୍କ ମଧ୍ୟରୁ ୨ ପ୍ରତିଶତ ଭାରତ ଛାଡ଼ିଛନ୍ତି। ୨୦୧୫ ରୁ ୨୦୧୯ ମଧ୍ୟରେ ୨୯ ହଜାର କୋଟିପତି ଭାରତ ଛାଡ଼ି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଥିବା ଜଣା ପଡ଼ିଛି। ଏମାନେ ବିଶେଷକରି କାନାଡ଼ା, ପର୍ତ୍ତୃଗାଲ, ଅଷ୍ଟ୍ରିଆ, ମାଲ୍ଟା, ତୁର୍କି, ଆମେରିକା ଓ ବ୍ରିଟେନ ଆଦି ଦେଶର ନାଗରିକତା ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। ଭାରତ ସରକାରଙ୍କ ଟିକସ ଫାଙ୍କିବା ପାଇଁ ଏମାନେ ବିଦେଶ ପଳାୟନ କରୁଛନ୍ତି। ଯେଉଁସବୁ ଦେଶରେ ଟିକସ ହାର କମ୍‌, ଉତ୍ତମ ସ୍ବାସ୍ଥ୍ୟ ସେବା, ବ୍ୟବସାୟ ପାଇଁ ଉପଯୁକ୍ତ ପରିବେଶ, ପ୍ରଦୂଷଣ କମ୍‌ ଓ ବେଆଇନ ସମ୍ପତ୍ତିକୁ ଆଇନ ସମ୍ମତ କରିବାର ସହଜ ଉପାୟ ରହିଛି ସେହିସବୁ ଦେଶରେ ରହିବା ପାଇଁ ଏମାନେ ପସନ୍ଦ କରୁଛନ୍ତି। ଯେଉଁମାନେ ଭାରତ ଛାଡ଼ି ଅନ୍ୟ ଦେଶର ନାଗରିକତା ଗ୍ରହଣ କରି ସେଠାରେ ରହି ଆସୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତରେ ନିଜର ବ୍ୟବସାୟକୁ ଛାଡ଼ୁ ନାହାନ୍ତି। କାରଣ କିଛିବର୍ଷ ସେମାନେ ବିଦେଶରେ ରହିବା ପରେ ଭାରତ ସରକାର ସେମାନଙ୍କୁ ଏନଆରଆଇ ମାନ୍ୟତା ଦେଇଥାନ୍ତି। ଫଳରେ ଏଠାରେ ସେମାନଙ୍କୁ ଆଉ ‘କର୍ପୋରେଟ ଟିକସ’ ଦେବାକୁ ପଡ଼େ ନାହିଁ।

ଦେଶର ଧନୀମାନେ ଯେପରି ବିଦେଶ ପଳାୟନ କରୁଛନ୍ତି ତାହାଦ୍ବାରା ଆର୍ଥିକ ସଙ୍କଟ ବୃଦ୍ଧି ପାଇବ। ସରକାରଙ୍କ ଟିକସ ଆଦାୟ ମଧ୍ୟ ହ୍ରାସ ପାଇବ। ଧନୀ-ଗରିବଙ୍କ ମଧ୍ୟରେ ବିଶାଳ ଫରକ ସୃଷ୍ଟି ହେବ। ସିଙ୍ଗାପୁର, ହଂକଂ, ବ୍ରିଟେନ ଓ ଦକ୍ଷିଣ କୋରିଆରେ ଟିକସ ବ୍ୟବସ୍ଥା ଭାରତ ଅପେକ୍ଷା ସରଳ। ପାଣିକୁ ନ ଓହ୍ଲାଇ ଶୁଖିଲାରେ ବସି ମାଛ ଧରିବା ହେଉଛି ଭାରତ ସରକାରଙ୍କ ଟିକସ ବ୍ୟବସ୍ଥା। ସରକାର ଯେତେ ସହଜରେ ଟିକସ ଆଦାୟ କରୁଛନ୍ତି ସେହି ଅନୁଯାୟୀ ସୁବିଧା ସୁଯୋଗ ସୃଷ୍ଟି କରୁ ନାହାନ୍ତି। ଧନୀ ଆହୁରି ଧନୀ ହୋଇ ଚାଲିଥିବାବେଳେ ଗରିବ ଆହୁରି ଗରିବ ହେବାରେ ଲାଗିଛି। ସ୍ଥାନୀୟ ସରକାର ମଧ୍ୟ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁ ନଥିବା କୁହାଯାଉଛି।
କୁବେରଙ୍କ…

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories