www.samajalive.in
Saturday, December 6, 2025
16.1 C
Bhubaneswar

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ; ସ୍କୁଲ ପିଅନ ସହ ପୁଲିସକୁ ଅଟକ ରଖିଛନ୍ତି ଗ୍ରାମବାସୀ

ରାୟଗଡା : ତୃତୀୟ ଶ୍ରେଣୀ ସ୍କୁଲ ଛାତ୍ରୀକୁ ସ୍କୁଲ ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଚାଂଚଲ୍ୟକର ଖବର ଘଟିଛି ରାୟଗଡା ଜିଲା କାଶୀପୁର ବ୍ଲକର ଏକ ବିଦ୍ୟାଳୟରେ। ସ୍କୁଲ ପିଅନ ଜଣେ ତୃତୀୟ ଶ୍ରେଣୀର ଛାତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଗାଁରେ ଉତେଜନା ଦେଖାଦେଇଛି। ଉତେଜିତ ଗ୍ରାମବାସୀଙ୍କ କବଳରୁ ପୁଲିସ ଅଭିଯୁକ୍ତ ପିଅନକୁ ଉଦ୍ଧାର କରିଛି। ତେବେ ପୁଲିସ ଗାଡି ସହ ଅଭିଯୁକ୍ତକୁ ଗ୍ରାମବାସୀ ଅଟକ ରଖିଥିବା ଜଣାପଡିଛି। ଉତ୍ୟକ୍ତ ଲୋକେ ପୁଲିସ ଭ୍ୟାନ୍ ପୋଡି ଦେଇଛନ୍ତି। ପୁଲିସ ଲାଠି ମାଡରେ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ଖବର ମିଳିଛି। ଏ ସଂପର୍କରେ ଖବର ପାଇ ସଂପୃକ୍ତ ପିଅନକୁ ନିଲମ୍ବନ କରିଛନ୍ତି ଜିଲା ମଙ୍ଗଳ ଅଧିକାରୀ। ଏହି ଘଟଣାର ଅନୁସଂଧାନ କରିବାକୁ କାଶୀପୁର ଡବ୍ଲ୍ୟୁଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ପ୍ରକାରେ, ରାୟଗଡା ଜିଲା କାଶୀପୁର ବ୍ଲକର ଏକ ବିଦ୍ୟାଳୟର ଜଣେ ପିଅନ ସେହି ସ୍କୁଲର ୮ ବର୍ଷିଆ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅପରାହ୍ନରେ ସ୍କୁଲ ପିଅନ ଶିବ ପ୍ରସାଦ ମିଶ୍ର ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଗଣେଶ ବିସର୍ଜନ ଭୋଗ ଖାଇବାକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡିବା ପରେ ସ୍କୁଲର ଶିକ୍ଷକ ଓ କର୍ମଚାରୀମାନେ ସଂପୃକ୍ତ ଛାତ୍ରୀକୁ ଉଦ୍ଧାର କରି ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ତାପରେ ସେଠାରୁ ଛାତ୍ରୀର ଡାକ୍ତରୀ ମାଇନା ପାଇଁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ସଧ୍ୟାରୁ ଗାଁରେ ଚାପା ଉତେଜନା ଲାଗି ରହିଛି। ଉତ୍ୟକ୍ତ ଲୋକେ ସଂପୃକ୍ତ ପିଅନକୁ ମାରିବାକୁ ଉଦ୍ୟମ କରୁଥିବା ବେଳେ ଦୋରାଗୁଡା ପୁଲିସ ଘଟଣାସ୍ଥଳରେ ପଂହଚି ଉଦ୍ଧାର କରି ଥାନାକୁ ଆଣିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଗାଡି ସହ ସଂପୃକ୍ତ ପିଅନକୁ ଘେରାଉ କରି ରଖିଛନ୍ତି ଗ୍ରାମବାସୀ। ଏହି ଖବର ପାଇ ଟିକିରି ଓ ଅଣ୍ଡିରାକଂଚ ପୁଲିସ ସେଠାରେ ପହଂଚିଥିଲେ। ସେମାନଙ୍କୁ ମଧ୍ୟ ଗ୍ରାମବାସୀ ଛାଡି ନଥିବା ଜଣାପଡିଛି। ଘଟଣାସ୍ଥଳରେ ଉତେଜନା ଲାଗି ରହିଥିବାରୁ ରାୟଗଡା ଏସଡିପିଓ ଓ ଅତିରିକ୍ତ ଏସପି ସେଠାରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି। ସେପଟେ ଏହି ଘଟଣା ସଂପର୍କରେ ଖବର ପାଇ ରାୟଗଡା ଜିଲା ମଙ୍ଗଳକାରୀ ଅଧିକାରୀ ଭାରତ ଭୁଷଣ ବିଶ୍ୱାଳ ସଂପୃକ୍ତ ପିଅନକୁ ଚାକିରୀରୁ ନିଲମ୍ବିତ କରିଛନ୍ତି। ଆଉ ଏ ନେଇ ଦୋରାଗୁଡା ଥାନାରେ ଏତଲା ଦେବାକୁ ସ୍କୁଲର ପ୍ରଧାନ ଶିକ୍ଷକ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କାଶୀପୁର ଡବ୍ଲ୍ୟୁଇଓଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ପ୍ରଥମେ ଆକ୍ସନ ତାପରେ ତଦନ୍ତ ବୋଲି କହିଛନ୍ତି ନୂତନ ଭାବେ ଯୋଗ ଦେଇଥିବା ଜିଲା ମଙ୍ଗଳ ଅଧିକାରୀ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories