www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତୁ.. କେଉଁ ସ୍ଥାନରେ ରଖିଲେ ଘଣ୍ଟା ମିଳେ କି ଲାଭ..

ଲୋକେ ବିଭିନ୍ନ ପ୍ରକାର ଘଡ଼ି ବା ଘଣ୍ଟାର ବ୍ୟବହାର କରିଥାନ୍ତି। ସକାଳୁ ଉଠିବାଠାରୁ ରାତିରେ ଶୋଇବା ଯାଏଁ ଜରୁରୀ ହୋଇଥାଏ ଘଣ୍ଟା। କୁହାଯାଏ ସଠିକ୍ ସ୍ଥାନରେ ଘଣ୍ଟା ରଖିଲେ ଜୀବନରେ ସକରାତ୍ମକ ପ୍ରଭାବ ପଡ଼ିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗରେ ଘଣ୍ଟା ରଖିଲେ ଏହା ଶୁଭଦାୟକ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଶୟନ କକ୍ଷରେ ଓ ଡାଇନିଙ୍ଗ୍‌‌ ରୁମ୍‌‌ରେ ଘଣ୍ଟା ଲଗାଇବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଏହି ସ୍ଥାନରେ ଘଣ୍ଟା ଏପରି ଲଗାନ୍ତୁ, ଯେପରି ପ୍ରବେଶ କରିବା ମାତ୍ରେ ଘଣ୍ଟା ନଜରରେ ଆସିବ ନାହିଁ। ଜାଣନ୍ତୁ..
ଘଣ୍ଟାକୁ କଦାପି କବାଟ ସାମ୍ନାରେ କିମ୍ବା ଠିକ୍‌‌ ଏହାର ଉପରକୁ ଲଗାନ୍ତୁ ନାହିଁ। ଏହାଦ୍ୱାରା ଦୁର୍ଭାଗ୍ୟ ପ୍ରବେଶ କରିଥାଏ।
ଘରେ ପେଣ୍ଡୁଲମ୍‌‌ ଆକାରର ଘଣ୍ଟା ଲଗାଇବା ଶୁଭଙ୍କର। ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ଓ ଉତ୍ତମ ବୁଝାମଣା ରହିଥାଏ। ଖରାପ ସମୟ ଦୂର ହେବା ସହ ଧନହାନୀ ଦୂର ହୋଇଥାଏ।
ଘଣ୍ଟାକୁ ପୂର୍ବ ଓ ଉତ୍ତର ଦିଗରେ ଲଗାଇବା ଶୁଭଙ୍କର। ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
କିଛି ଲୋକେ ଟେବୁଲ ଉପରେ ଘଣ୍ଟା ରଖିଥାଆନ୍ତି। ମାତ୍ର ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହେବା ସହ ପରିବାରରେ ଅଶାନ୍ତି ଲାଗି ରହେ।
ଦକ୍ଷିଣ ଦିଗରେ ଘଣ୍ଟା ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଜୀବନରେ ସମସ୍ୟା ଲାଗି ରହେ।

ଦକ୍ଷିଣ ଦିଗରେ ଘଣ୍ଟା ରଖିଲେ ଘରର ସଦସ୍ୟ ମାନଙ୍କ ଆର୍ଥିକ ସମସ୍ୟା ଦେଖା ଦେବା ସହ ଘରର ମୁଖ୍ୟ ଲୋକଙ୍କ ଶରୀର ମଧ୍ୟ ରୋଗଗ୍ରସ୍ତ ରହେ।
ଘରର କବାଟ କିମ୍ବା ଝରକା ଉପରେ ଲଗାଇଲେ ବିଭିନ୍ନ ସମସ୍ୟା ଲାଗି ରହେ।
ପୂର୍ବ ଦିଗରେ ଏହା ରଖିଲେ ଘରେ ଆନନ୍ଦର ବାତାବରଣ ରହିବା ସହ ଆର୍ଥିକ ଉନ୍ନତି ଘଟିଥାଏ।
ପଶ୍ଚିମ ଦିଗରେ ରଖିଲେ ଜୀବନରେ ଉନ୍ନତି ଘଟିଥାଏ ।
ଉତ୍ତର ଦିଗରେ ଲଗାଇଲେ ଧନହାନୀ ସମସ୍ୟା ଦୂର ହେବା ସହ ପରିବାର ମଧ୍ୟରେ ଭଲପାଇବା ବୃଦ୍ଧି ହୋଇଥାଏ।
ଏହାକୁ ପୂର୍ବ ଓ ଉତ୍ତର ଦିଗରେ ଲଗାଇଲେ ଏହା ଖୁବ୍ ଭଲ ଫଳ ପ୍ରଦାନ କରେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories