www.samajalive.in
Monday, December 15, 2025
27.1 C
Bhubaneswar

ଏସୀୟ କ୍ରୀଡ଼ା – ଓଡ଼ିଶାରୁ ୧୪ ପ୍ରତିଯୋଗୀ

କଟକ: ଚୀନ୍‌ର ହ୍ବାଙ୍ଗଝୋରେ ଚଳିତ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣ ଖେଳାଯିବ। ଏଥିରେ ଅଂଶଗ୍ରହଣ କରିବା ଲାଗି ଭାରତୀୟ ଦଳରେ ବିଭିନ୍ନ କ୍ରୀଡ଼ା ବର୍ଗରେ ୧୪ଜଣ ଓଡ଼ିଆ ଖେଳାଳି ମନୋନୀତ ହୋଇଛନ୍ତି। ପୁରୁଷ ଜାଭେଲିନ୍‌ରେ କିଶୋର କୁମାର ଜେନା, ସାଇକଲ ଚାଳନାରେ ଦିନେଶ କୁମାର, ମହିଳା ନୌଚାଳନାରେ ଅଂଶିକା ଭାରତୀ, ଋତୁ କାଉଡି ଓ ସୋନାଲୀ ସ୍ବାଇଁ, ଜୁ ଜିତ୍‌ସୁରେ ଅନୁପମା ସ୍ବାଇଁ, କାୟାକିଂ ଆଣ୍ଡ କାନୋଇଂରେ ନେହା ଦେବୀ ଲିଚୋଙ୍ଗଡାମ, ମହିଳା ଫୁଟବଲରେ ପ୍ୟାରୀ ଖାଖା, ମହିଳା ହକିରେ ଦୀପ୍‌ଗ୍ରେସ ଏକ୍କା, ପୁରୁଷରେ ଅମିତ ରୋହିଦାସ, ମହିଳା ରଗ୍‌ବୀରେ ଡୁମୁନି ମାଣ୍ଡିଂ, ହୁପି ମାଝି, ତାରୁଲତା ନାୟକ ଓ ମାମା ନାୟକ ରହିଛନ୍ତି। ବ୍ୟକ୍ତିଗତ ବିଭାଗରେ ଜାଭେଲିନ୍‌ରେ କିଶୋର କୁମାର ଜେନା, ସାଇକଲ ଚାଳନାରେ ଦିନେଶ କୁମାର, ଜୁ ଜିତ୍‌ସୁରେ ଅନୁପମା ସ୍ବାଇଁ, ଦଳଗତ କ୍ରୀଡ଼ା ପୁରୁଷ ହକିରେ ଅମିତ ରୋହିଦାସ, ମହିଳା ହକିରେ ଦୀପ୍‌ଗ୍ରେସ ଏକ୍କା, ମହିଳା ରଗ୍‌ବୀରେ ଡୁମୁନି ମାଣ୍ଡିଂ, ହୁପି ମାଝି,ତାରୁଲତା ନାୟକ ଓ ମାମା ନାୟକ ଓ ମହିଳା ଫୁଟବଲରେ ପ୍ୟାରୀ ଖାଖାଙ୍କଠାରୁ ପଦକ ଆଶା କରାଯାଉଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories