www.samajalive.in
Monday, December 8, 2025
27.1 C
Bhubaneswar

ଏସୀୟ କ୍ରୀଡ଼ା – କ୍ବାର୍ଟରରେ ଭାରତୀୟ ପୁରୁଷ ଭଲିବଲ ଦଳ

ହ୍ବାଙ୍ଗଝୋ: ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ଭଲିବଲ ବିଭାଗର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ତାଇୱାନକୁ ୩-୦ ସେଟ୍‌ରେ ପରାସ୍ତ କରି ଭାରତ କ୍ବାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

ଭାରତ ଓ ତାଇୱାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଏକଘଣ୍ଟା ୨୫ ମିନିଟ୍‌ ଧରି ଚାଲିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ୨୫-୨୨, ୨୫-୨୨, ୨୫-୨୧ ପଏଣ୍ଟରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତ ତରଫରୁ ଅମିତ ସର୍ବାଧିକ ୧୬ ପଏଣ୍ଟ ହାସଲ କରିଥିବା ବେଳେ ରାୟ ଅଶ୍ବାଲ ୧୪ ଓ ବିନିତ କୁମାର ୧୨ ପଏଣ୍ଟ ହାସଲ କରିଥିଲେ। ଭାରତ ଓ ତାଇୱାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଓ ଦ୍ବିତୀୟ ସେଟ୍‌ରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ଭାରତୀୟ ଦଳର ଖେଳାଳିମାନେ ଶେଷ ଆଡ଼କୁ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରି ବିଜୟୀ ହୋଇଥିଲେ। ତୃତୀୟ ସେଟ୍‌ରେ ଭାରତ ମୂଳରୁ ୧୦-୪ ପଏଣ୍ଟରେ ଆଗୁଆ ରହିଥିଲା। ତେବେ ତାଇୱାନ ଦଳର ଖେଳାଳିମାନେ ମଝିରେ ଆକ୍ରମଣାତ୍ମକ ପ୍ରଦର୍ଶନ କରି ମ୍ୟାଚ୍‌କୁ ରୋଚକ କରାଇ ପାରିଥିଲେ। ଅନ୍ୟପକ୍ଷରେ ଭାରତୀୟ ଖେଳାଳିମାନେ ଲଢ଼ୁଆ ପ୍ରଦର୍ଶନ କରି ବିଜୟୀ ହେବା ସହ ଦଳକୁ କ୍ବାର୍ଟର ଫାଇନାଲରେ ପ୍ରବେଶ କରାଇବାକୁ ସକ୍ଷମ ହୋଇଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories