www.samajalive.in
Monday, December 8, 2025
20.1 C
Bhubaneswar

ଏସୀୟ କ୍ରୀଡ଼ା – କ୍ବାର୍ଟରରେ ଭାରତୀୟ ପୁରୁଷ ଭଲିବଲ ଦଳ

ହ୍ବାଙ୍ଗଝୋ: ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ଭଲିବଲ ବିଭାଗର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ତାଇୱାନକୁ ୩-୦ ସେଟ୍‌ରେ ପରାସ୍ତ କରି ଭାରତ କ୍ବାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

ଭାରତ ଓ ତାଇୱାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଏକଘଣ୍ଟା ୨୫ ମିନିଟ୍‌ ଧରି ଚାଲିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ୨୫-୨୨, ୨୫-୨୨, ୨୫-୨୧ ପଏଣ୍ଟରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତ ତରଫରୁ ଅମିତ ସର୍ବାଧିକ ୧୬ ପଏଣ୍ଟ ହାସଲ କରିଥିବା ବେଳେ ରାୟ ଅଶ୍ବାଲ ୧୪ ଓ ବିନିତ କୁମାର ୧୨ ପଏଣ୍ଟ ହାସଲ କରିଥିଲେ। ଭାରତ ଓ ତାଇୱାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଓ ଦ୍ବିତୀୟ ସେଟ୍‌ରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ଭାରତୀୟ ଦଳର ଖେଳାଳିମାନେ ଶେଷ ଆଡ଼କୁ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରି ବିଜୟୀ ହୋଇଥିଲେ। ତୃତୀୟ ସେଟ୍‌ରେ ଭାରତ ମୂଳରୁ ୧୦-୪ ପଏଣ୍ଟରେ ଆଗୁଆ ରହିଥିଲା। ତେବେ ତାଇୱାନ ଦଳର ଖେଳାଳିମାନେ ମଝିରେ ଆକ୍ରମଣାତ୍ମକ ପ୍ରଦର୍ଶନ କରି ମ୍ୟାଚ୍‌କୁ ରୋଚକ କରାଇ ପାରିଥିଲେ। ଅନ୍ୟପକ୍ଷରେ ଭାରତୀୟ ଖେଳାଳିମାନେ ଲଢ଼ୁଆ ପ୍ରଦର୍ଶନ କରି ବିଜୟୀ ହେବା ସହ ଦଳକୁ କ୍ବାର୍ଟର ଫାଇନାଲରେ ପ୍ରବେଶ କରାଇବାକୁ ସକ୍ଷମ ହୋଇଥିଲେ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories