ଚନ୍ଦ୍ରାୟନ-୨ ତୋରଣରେ ଶୋଭାଯାତ୍ରା ପାଉଛନ୍ତି ଶ୍ରୀଗଣେଶ, ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ
ପାରାଦ୍ବୀପ: ପାରାଦୀପ ମା’ ଦୁର୍ଗା ୟୁଥ କମ୍ବାଇନ ପକ୍ଷରୁ ପାରମ୍ପରିକ ରୀତିନୀତିରେ ଗଣେଶ ପୂଜା ଅନୁଷ୍ଠିତ ହେଉଛି। ଏଥର ମା’ ଦୁର୍ଗା ୟୁଥ କମ୍ବାଇ ନପକ୍ଷରୁ ଅଭିନବ ଢ଼ଙ୍ଗରେ ଗଣେଶ ପୂଜାରେ ତୋରଣ କରାଯାଇଛି। ଏହି ତୋରଣ ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହି ତୋରଣରେ ଚନ୍ଦ୍ରାୟନ-୨ର ସଫଳତା ପ୍ରତିଫଳିତ ହେଇଛି। କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କାରିଗର ଦେଢ଼ ମାସ ତିଆରି ଏହି ତୋରଣ ନିର୍ମାଣ କରିଥିଲେ। ଏଠାରେ ୫୫ ଫୁଟ ଉଚ୍ଚତାର ଚନ୍ଦ୍ରୟନ ତୋରଣରେ ବିଘ୍ନବିନାଶକ ଶ୍ରୀଗଣେଶ ବିରାଜମାନ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସ୍ଥାନୀୟ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରୁ ଗଣେଶ ପୂଜା ଦେଖିବାକୁ ପାଇଁ ପ୍ରତିଦିନ ଏଠାରେ ପ୍ରବଳ ଜନ ସମାଗମ ହେଉଛି। ଶ୍ରୀଗଣେଶଙ୍କୁ ଦର୍ଶନ ସହିତ ଲୋକେ ଖୁସିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି।
Comments are closed.