www.samajalive.in
Tuesday, December 9, 2025
16.1 C
Bhubaneswar

ମୃତ୍ୟୁ ଖବର ଗୁଜବ, ବିଶିଷ୍ଟ ଗାୟିକା ଶାନ୍ତିଲତା ବାରିକ ଗୁରୁତର

ଭୁବନେଶ୍ବର: ଲୋକପ୍ରିୟ ଭଜନ କଣ୍ଠଶିଳ୍ପୀ ତଥା ଓଡ଼ିଶାର ବିଶିଷ୍ଟ ଗାୟିକା ଶାନ୍ତିଲତା ବାରିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ ଓ ଚିକିତ୍ସାଧୀନ ଥିଲେ। ଆଜି ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। କେତେକ ଗଣମାଧ୍ୟମରେ ଶ୍ରୀମତୀ ବାରିକଙ୍କ ଦେହାନ୍ତ ଖବର ପ୍ରସାରିତ ହେଉଥିବା ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉ ଥିବାରୁ ଏବେ ସେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ରହିଥିବା ସୂଚନା ମିଳିଛି।

ଓଡ଼ିଶାର ଘରେ ଘରେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ପରିଚିତ। ତାଙ୍କର ଭଜନ ସାରା ଓଡ଼ିଶାରେ ବେଶ୍ ଲୋକପ୍ରିୟତା ହାସଲ କରିଛି। ଶ୍ରୋତାଙ୍କ ହୃଦୟରେ ସେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ଭଜନ ବେଶ୍ ଶ୍ରୁତି ମଧୁର ଏବଂ ସେଥିରେ ଆଧ୍ୟାତ୍ମିକ ଭାବ ଭରି ରହିଛି। ସଂଗୀତ ପ୍ରେମୀ ତଥା ଓଡ଼ିଶାବାସୀ ଶାନ୍ତିଲତା ବାରିକଙ୍କ ଆରୋଗ୍ୟ କାମନା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories