www.samajalive.in
Sunday, December 14, 2025
19.1 C
Bhubaneswar

ନୂଆଖାଇ ଉପଲକ୍ଷେ ଅସହାୟ ପରିବାରକୁ ସାଥି ଚାରିଟେବଲ ଟ୍ରଷ୍ଟ ତରଫରୁ ଘର ପ୍ରଦାନ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ମହାନଗର ନିଗମ ୱାର୍ଡ ନଂ ୨ ବୈଦିଆପଡ଼ାରେ ଥିବା କୁଇଲି ବିଲୁଙ୍ଗ (୮୦) ଓ ତାଙ୍କ ପୁଅ ରାଜେଶ ବିଲୁଙ୍ଗ  (୫୨)  ଦିନ ମଜୁରି କରି ଦୀର୍ଘ ୪୦ ବର୍ଷ ହେବ ଏକ ଝୁମ୍ପୁଡ଼ି ଘରେ ରହି ଦିନକାଟି ଆସୁଥିଲେ. ରାଜେଶ ନିଜ ମା’ ପାଇଁ ନିଜ ସ୍ତ୍ରୀ କୁ ମଧ୍ୟ୍ୟ ଛାଡି ଦେଇ ମା’ ର ସେବା କରିଆସୁଥିଲେ। ଝଡ଼ ବର୍ଷା ଖରା ଶୀତରେ ମଧ୍ୟ ସେଇ ଘରେ ମା’ ପୁଅ ରହିଆସୁଥିଲେ। କୌଣସି ସରକାରୀ ସହାୟତା କିମ୍ବା ଜନପ୍ରତିନିଧି ମାନକ ମିଳି ନ ଥିବା ବେଳେ ରାଜେଶଙ୍କ ମା ଦୀର୍ଘ ଦିନ ଧରି ରୋଗରେ ପୀଡିତ ଅଛନ୍ତି । ଏହା ଦେଖି ସମାଜସେବୀ ପିଙ୍କୁ ସିଂ ଓ ଗ୍ରାମବାସୀ ମାନେ ସାଥି ଚେରିଟେବଲର ସଭାପତି ତଥା ପୂର୍ଵତନ ସମ୍ବଲପୁର ଉପାଧକ୍ଷ ସିଦ୍ଧାର୍ଥ ସାହା (ସିଧୁ) ପାଖକୁ ଯାଇ ଗ୍ରାମର ଓ ଅସହାୟ ପରିବାର ର ଅଶୁଵିଧା ଜଣାଇ ଥିଲେ. ଏହି ଖବର ପାଇ ସମାଜସେବୀ ତଥା ପୂର୍ବତନ ଉପାଧକ୍ଷ ସିଦ୍ଧାର୍ଥ ସାହା ସାଥି ଚାରିଟେବଲ ଟ୍ରଷ୍ଟ ଜରିଆରେ ସହାୟତାର ହାତ ବଢ଼ାଯାଇଥିଲା।୧୫ ରୁ ୨୦ ଦିନ ମଧ୍ୟରେ ପରିବାର ଏକ ସୁନ୍ଦର ଘର ତିଆରି କରିବା ପରେ ଆଜି ମା ପୁଅଙ୍କୁ ଘରକୁ ପ୍ରବେଶ କରାଇଥିଲେ। ଏଥି ସହ ତାଙ୍କୁ ମଧ୍ୟ ଆର୍ଥିକ ସାହାଯ୍ୟ କରାଯାଇଥିଲା। ଆଗକୂ ତାଙ୍କ ପରିବାରକୁ କେମିତି ସରକାରୀ ସୁବିଧା ମିଳିବ ଏସବୁ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ସେ କହିଥିଲେ। ଏହି ଅବସରରେ ଗ୍ରାମର ଚୈତନ୍ୟ କୁମ୍ଭାର ଯିଏ କିଛି ବର୍ଷ ତଳେ ଗୋଟିଏ ଦୁର୍ଘଟଣାରେ ଦୁଇଟି ଗୋଡ଼ ହରାଇଥିଲେ ଏହା ସହ କଳାମାଟି ସରପଞ୍ଚ ଡ଼. ସୁଷମା ସାହୁ ଫିତା କାଟି ମା ପୁଅଙ୍କୁ ଘରକୁ ପ୍ରବେଶ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ତରଫରୁ ଭଗତ ସିଂ, ଆଦି ନନ୍ଦ, ସୁଜିତ ଡାକୁଆ, ପିଙ୍କୁ ସିଂ, ବିକି ସିଂ, କିସାନ ସିଂ, ଭୁରୁ ସିଂ, ରିଙ୍କୁ, ପୂଜା ସିଂ, ଜିତୁ ନନ୍ଦ, ଶନି,ବାସୁଦେବ ଲୁହା, ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ.

 

- Advertisement -

 

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories