www.samajalive.in
Sunday, December 14, 2025
19.1 C
Bhubaneswar

କଦାପି ଦାନ୍ତରେ ନଖ ଛିଣ୍ଡାନ୍ତୁ ନାହିଁ

ଜାଣତରେ ଅଜାଣତରେ କରୁଥିବା ଭୁଲ୍‌‌ ପାଇଁ ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି। ଜାଣନ୍ତୁ..
ଶାସ୍ତ୍ର ଅନୁଯାୟୀ, ଝାଡୁକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। ତେଣୁ ସନ୍ଧ୍ୟା ସମୟରେ ଝାଡୁ ଲଗାଇବା ଅଶୁଭ ବୋଲି ମାନ୍ୟତା ରହିଛି।
ଅନ୍ନ ଓ ଅଗ୍ନି ଉଭୟଙ୍କୁ ପୂଜନୀୟ କୁହାଯାଏ। ରୋଷେଇ ଘରେ ଏହି ୨ଟି ଜିନିଷ ଉପଲବ୍ଧ। ତେଣୁ ରୋଷେଇ ଘରକୁ ଜୋତା-ଚପଲ ପିନ୍ଧି କରି ଯିବା ଉଚିତ ନୁହେଁ କିମ୍ବା ଭୋଜନ ପ୍ରସ୍ତୁତ କରିବା ମଧ୍ୟ ଉଚିତ ନୁହେଁ।
ସର୍ବଦା ରାତିରେ ଭୋଜନ କରିବା ପରେ ଅଇଁଠା ବାସନ ସକାଳ ଯାଏଁ ଆଦୌ ରଖନ୍ତୁ ନାହିଁ। ରାତିରେ ଖାଦ୍ୟ ଖାଇବା ପରେ ଅଇଁଠା ବାସନ ପକାଇ ରଖିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି।
ସର୍ବଦା ସୂର୍ୟୋଦୟ ପୂର୍ବରୁ ଶେଯ ତ୍ୟାଗ କରନ୍ତୁ। ଯେଉଁ ଘରେ ପରିବାର ସଦସ୍ୟ ସୂର୍ୟ୍ୟୋଦୟ ପରେ ମଧ୍ୟ ଶୋଇ ରହିଲେ ଘରେ ଅଶାନ୍ତି ଲାଗି ରହେ। ଉନ୍ନତି ହୋଇନଥାଏ। ଅଯଥାରେ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ।
ସ୍ନାନ କରିବା ପରେ ପ୍ରତ୍ୟେକ ଦିନ ସୂର୍ୟ୍ୟଦେବତାଙ୍କୁ ଜଳ ନିଶ୍ଚୟ ଅର୍ପଣ କରନ୍ତୁ। କାରଣ ସୂର୍ୟ୍ୟଙ୍କୁ ସକଳ ଶକ୍ତିର ଆଧାର ବୋଲି କୁହାଯାଏ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।
ହିନ୍ଦୁ ଧର୍ମରେ ପୂଜାପାଠ ସମୟରେ ଶଙ୍ଖ ବଜାଇବାର ପରମ୍ପରା ରହିଛି। ଏହାଦ୍ୱାରା ସକରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ। ଯେଉଁ ଘରେ ଶଙ୍ଖ ଧ୍ୱନି ନଶୁଣାଯାଏ, ମା’ଲକ୍ଷ୍ମୀ ସେଠାରେ ବାସ କରିନଥାଆନ୍ତି।
କଦାପି ପାଟିରେ ଫୁଙ୍କି କରି ଦୀପ କିମ୍ବା ଧୂପକାଠି ଲିଭାନ୍ତୁ ନାହିଁ। ମା’ଲକ୍ଷ୍ମୀଙ୍କ ନିକଟରେ ଦୀପ ନିଶ୍ଚୟ ଲଗାନ୍ତୁ।
ଭୋଜନ ସମୟରେ ସର୍ବଦା ପ୍ରଣାମ କରନ୍ତୁ। ଭଗବାନଙ୍କୁ ଭୋଜନ ପାଇଁ ଧନ୍ୟବାଦ ଜଣାନ୍ତୁ। ଖାଦ୍ୟ ସର୍ବଦା ମା’ଲକ୍ଷ୍ମୀଙ୍କ ପ୍ରତୀକ। ଏହାର ଆଦର କରନ୍ତୁ। ଭୋଜନ ଗ୍ରହଣ କରିବା ପୂର୍ବରୁ ଭଗବାନଙ୍କୁ ଧନ୍ୟବାଦ ଜଣାନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ହୋଇଥାଏ। ଧନର ଅଭାବ ଦୂର ହୋଇଥାଏ।
ପାଦ ଓଦା ଥିବା ଅବସ୍ଥାରେ ଶୁଅନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ ଅଶାନ୍ତି ହୋଇଥାଆନ୍ତି।
କଦାପି ମଧ୍ୟ ଦାନ୍ତରେ ନଖ ଛିଣ୍ଡାନ୍ତୁ ନାହିଁ। ଏଭଳି ବଦଅଭ୍ୟାସ ଥିଲେ ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories