www.samajalive.in
Saturday, December 6, 2025
23.1 C
Bhubaneswar

ଲୋକସଭାରେ ମହିଳା ସଂରକ୍ଷଣ ବିଧେୟକ ଆଗତ

ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଧେୟକ ଲୋକସଭାରେ ଆଗତ ହୋଇଛି। ମଙ୍ଗଳବାର ନୂଆ ସଂସଦର ପ୍ରଥମ ଅଧିବେଶନରେ ଏହି ବିଧେୟକ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌କୁ ଆଗତ କରିଛନ୍ତି। ମହିଳାମାନଙ୍କୁ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ସଂରକ୍ଷଣ ଦେବାକୁ ଏହି ବିଲ୍‌ରେ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି। ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା କରିଛନ୍ତି। ମହିଳା ସଂରକ୍ଷଣ ବିଲ୍ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ହେବ ବୋଲି ସେ କହିଛନ୍ତି। ଲୋକସଭାରେ ଆଜି ବିଲ୍‌ ଆଗତ ହୋଇଥିବା ବେଳେ ଏହା ଉପରେ ଆସନ୍ତାକାଲି ବିତର୍କ ହେବ। ବିଲ୍‌ ଆଗତ ହେବା ପରେ ଲୋକସଭାକୁ ଆସନ୍ତାକାଲି ଯାଏ ମୁଲତବୀ ରଖାଯାଇଛି।

ଅପରପକ୍ଷେ, ଏହି ବିଧେୟକକୁ ସର୍ବସମ୍ମତିକ୍ରମେ ପାରିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି। ଐତିହାସିକ ମହିଳା ସଂରକ୍ଷଣ ବିଲ୍‌କୁ ସର୍ବସମ୍ମତିରେ ପାରିତ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମହିଳା ସଶକ୍ତିକରଣ ଦିଗରେ ଆଜିର ଦିନ ଐତିହାସିକ ହୋଇ ରହିବ ବୋଲି ସେ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories