www.samajalive.in
Monday, December 15, 2025
14.1 C
Bhubaneswar

ଗଜାନନଙ୍କ ପୂଜା : ଚଳଚଞ୍ଚଳ ପଞ୍ଚମା ସିଦ୍ଧ ବିନାୟକ ପୀଠ

ଗୋପାଳପୁର : ଆଜି ପୁରପଲ୍ଲୀ ଠାଗୁ ଆରମ୍ଭ କରି ସହର ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଗଜାନନଙ୍କ ପୂଜା ପାଳନ ନିମନ୍ତେ ଚାରିଆଡ଼େ ବ୍ୟାପକ ପ୍ରସ୍ତୁତି ଚାଲୁ ରହିଥିବା ବେଳେ ବ୍ରହ୍ମପୁର ସହର ଠାରୁ ଅନତି ଦୂରରେ ରଣ୍ଢା ସନ୍ନିକଟ ପଞ୍ଚମା ଠାରେ ଥିବା ସିଦ୍ଧ ବିନାୟକ ମନ୍ଦିର ପରିସରରେ ମଧ୍ୟ ପୂଜା ପାଳନ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମନ୍ଦିର ପରିସର ସମେତ ରଣ୍ଢା ଛକ ଓ ଗାଁକୁ ରଙ୍ଗବେରଙ୍ଗର ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ମନ୍ଦିର ପରିସରରେ  ଗଣେଶ ଚତୁର୍ଥୀ ଧୁମଧାମରେ ପାଳନ କରିବା ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି  କରାଯାଇଛି ।  ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି  ଜିଲ୍ଲା ପ୍ରଶାସନ ଓ ମନ୍ଦିର ପରଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଥିବା ବେଳେ ରଣ୍ଢା ସରପଞ୍ଚ ଅଜିତ କୁମାର ରାଉଳଙ୍କ ନିଜସ୍ଵ ଉଦ୍ୟମରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରଣ୍ଢା ଠାରୁ ପଞ୍ଚମା ପର୍ଯ୍ୟନ୍ତ ଦୁଇ କିଲୋମିଟର ରାସ୍ତାକୁ ଆଲୋକିକରଣ କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ଏହି ପୀଠକୁ ଆସିବାକୁ ଥିବା ବେଳେ ଭକ୍ତମାନଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ରଣ୍ଢା ଛକ ଠାରୁ ଯାନବାହନ ଭିତରକୁ ପ୍ରବେଶ ବାରଣ କରାଯାଇଛି । ରଣ୍ଢା ପଞ୍ଚାୟତ ତରଫରୁ ଦୁଇଟି ଅସ୍ଥାୟୀ ବିଶ୍ରାମାଗାର, ଏବଂ ଭକ୍ତମାନଙ୍କ ନିମନ୍ତେ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ଆସିବାକୁ ଥ‌ିବା ଭକ୍ତଙ୍କ ନିମନ୍ତେ ୨ ଚକିଆ ଓ ୪ ଚକିଆ ଯାନ ପାର୍କିଂ ପାଇଁ ୨ ଟି ପାର୍କିଂ ସ୍ଥଳ ସହିତ  ଦର୍ଶନ ପାଇଁ ଆସୁଥ‌ିବା ବୟୋଜ୍ୟେଷ୍ଠମାନଙ୍କ ନିମନ୍ତେ ୧୦ଟି ଅଟୋର ବ୍ୟବସ୍ଥା କରାଯାଇଛି । ଯେଉଁଥରେ ସେମାନେ ପାର୍କିଂ ସ୍ଥଳରୁ ମନ୍ଦିର ପର୍ଯ୍ୟନ୍ତ ଦର୍ଶନ ନିମନ୍ତେ ମାଗଣାରେ ଯାଇ ପାରିବେ ।

ଚତୁର୍ଥୀ ଦିନ ଭୋର ୪ ଟା ପୂର୍ବରୁ ସିଦ୍ଧି ଦାତା ବିଘ୍ନରାଜ ମହାପ୍ରଭୁଙ୍କ ସମସ୍ତ ନୀତି କାନ୍ତି ସମାପନ ପରେ ସକାଳ ୪ ଠାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଠାକୁର ଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମନ୍ଦିର ପରିସରରେ ଭକ୍ତଙ୍କ ନିମନ୍ତେ ଲଡୁ ଭୋଗ ୧୦ଟଙ୍କା ଓ ଖେଚୁଡ଼ି ଭୋଗ ୨୦ଟଙ୍କାରେ ବିକ୍ରି କରାଯିବ ବୋଲି ସ୍ଥିର ହୋଇଛି। ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୁଲିସ ପକ୍ଷରୁ ଜଣେ ଡିଏସପି, ତିନିଜଣ ଇନ୍ସପେକ୍ଟର,୧୨ଜଣ ପୁଲିସ ଅଫିସରଙ୍କ ସମେତ ଦୁଇ ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ରଣ୍ଢା ଛକରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୋଲିସ ମୁତୟନ ରହିବେ ଏଥି ସହ ମନ୍ଦିର ପରିସରରେ ଅଜିତ୍ ରାଉଳ ଫ୍ୟାନ୍ କ୍ଲବର ସଦସ୍ୟ ଏବଂ ବିଭିନ୍ନ ସ୍ବେଛାସେବୀ ମାନେ ନିୟୋଜିତ ରହିବେ  ବୋଲି କହିଛନ୍ତି ମନ୍ଦିର ଦାୟିତ୍ୱରେ ଥିବା କମିଟି ସଭାପତି ଦଣ୍ଡପାଣି ପାଣିଗ୍ରାହୀ କହିଛନ୍ତି । ପୂର୍ବରୁ  ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ , କନିଷି ତହସିଲଦାର ପ୍ରଳୟାନନ୍ଦ ଶତପଥୀ, ସଦର ଏସଡିପିଓ ଶିବଶଙ୍କର ମହାପାତ୍ର, ଗୋଳନ୍ତରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ, ରଣ୍ଢା ସରପଞ୍ଚ ଅଜିତ କୁମାର ରାଉଳ ମନ୍ଦିର ଦାୟିତ୍ୱରେ ଥିବା ସଭାପତି ଦଣ୍ଡପାଣି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତିରେ ମନ୍ଦିର ପରିସରରେ ଏକ ବୈଠକ କରିଥିଲେ । ଏଥିରେ ପୂଜା ପାଳନ ଦିନ କିପରି ସୁରୁଖୁରୁରେ ସମସ୍ତ କାର୍ଯ୍ୟ ସମାପନ କରାଯିବ ତାହା ନେଇ ଆଲୋଚନା କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories