www.samajalive.in
Sunday, December 14, 2025
19.1 C
Bhubaneswar

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ; ସଂଘ ପକ୍ଷରୁ ଉପଜିଲାପାଳଙ୍କୁ ଦାବିପତ୍ର

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗର ଜଣେ ସାମ୍ବାଦିକଙ୍କୁ ବ୍ଲକ ପ୍ରୋଗ୍ରାମ କୋଅର୍ଡିନେଟର(ବିପିସି)ଙ୍କ ଦୁର୍ବ୍ୟବହାର ନେଇ ସୋମବାର ସଂଘ ପକ୍ଷରୁ ଉପଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପରଜଙ୍ଗ ଗଣମାଧ୍ୟମ ପ୍ରତିନଧି ସୁବଳ ରାଉତଙ୍କୁ ବ୍ଲକର ବିପିସି ସଂଜୀବ ଜେନା ଅଶାଳୀନ ମନ୍ତବ୍ୟ ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ପରଜଙ୍ଗ ଥାନାରେ ଏତଲା ଦିଆଯାଇଥିଲା। ସଂଜୀବ ଜେନା ଦୀର୍ଘ ବର୍ଷ ଧରି ବ୍ଲକରେ ବିପିସି ଭାବେ ରହି ବିଭିନ୍ନ ଦୁର୍ନୀତିରେ ସଂପୃକ୍ତ ରହିଥିବା ସାମ୍ବାଦିକ ସୁବଳ ରାଉତ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଏହି ଖବର ପ୍ରକାଶକୁ ନେଇ ଏକ ଦୁର୍ନୀତି ସଂକ୍ରାନ୍ତରେ ସାମ୍ବାଦିକମାନେ ବିପିସି ସଂଜୀବ ଜେନାଙ୍କୁ ପଚାରିବାରେ ସଂଜୀବ ସାମ୍ବାଦିକମାନେ ଲାଞ୍ଚୁଆ କହିବା ସହିତ ସୁବଳ ରାଉତଙ୍କୁ ଅଶାଳୀନ ମନ୍ତବ୍ୟ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହି ଘଟଣାକୁ ନେଇ ସୋମବାର ଉପଖଣ୍ଡ ସାମ୍ବାଦିକ ସଂଘର ସଦସ୍ୟମାନେ ବିପିସି ସଂଜୀବ ଜେନାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ସହିତ ସାମ୍ବାଦିକଙ୍କୁ ଉଚିତ ନ୍ୟାୟ ଦାବିରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ଶୁଭମୟ ନନ୍ଦ, ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର, ପରାମର୍ଶଦାତା ସୁଧୀର କୁମାର ପରିଡା, ସଦସ୍ୟ ରାକେଶ କୁମାର ଦେହୁରୀ, ସାମ୍ବାଦିକ ସଂଘ ସଂପାଦକ ସଦାଶିବ ସେଠି, ପ୍ରହଲ୍ଲାଦ ମୁଦୁଲି, ଦୈତାରୀ ବେହେରା, ସୋମ୍ୟରଞ୍ଜନ ନାୟକ, ସୁମନ୍ତ କୁମାର ଜେନା, ରିତେଶ ବ୍ରହ୍ମା, କୋଷାଧ୍ୟକ୍ଷ ସୁମିତ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories