ନୂଆଦିଲ୍ଲୀ-ଆମେରିକାର ନିବେଶକାରୀ ତଥା ଉଦ୍ୟୋଗପତି ରେ ଡେଲିଆ ଭାରତକୁ ଆଗକୁ ବଢିବାରେ କେହି ରୋକି ପାରିବେ ନାହିଁ ବୋଲି କହିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଶଂସା କରିଛନ୍ତି । ଚୀନ୍ ଯେମିତି ପ୍ରଗତି କରି ବିଶ୍ୱର ଶ୍ରେଷ୍ଠ ଅର୍ଥନୀତିରେ ସାମିଲ ହୋଇପାରିଛି ଭାରତ ସେହିପରି ହୋଇଯିବ ବୋଲି ରେ ଡେଲିଆ କହିଛନ୍ତି ।
ସେ ମୋଦୀଙ୍କ ଚୀନ୍ର ଜଣେ ଶ୍ରେଷ୍ଠ ନେତାଙ୍କ ସହ ତୁଳନା କରିଛନ୍ତି । ଭାରତର ସମ୍ଭାବିତ ବିକାଶ ଦର ଏବେ ସବୁଠାରୁ ଅଧିକ। ୧୯୮୪ ମସିହାରେ ଚୀନ୍ର ବିକାଶ ଦର ଏହି ସ୍ଥାନରେ ଥିଲା । ଭାରତ ଏବେ ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏବେ ଭାରତକୁ କେହି ରୋକି ପାରିବେ ବୋଲି ସେ ଭାବୁନାହାନ୍ତି ବୋଲି କହିଛନ୍ତି ।
‘भारत की संभावित विकास दर दुनिया में सबसे अधिक, भारत वहीं है जहां चीन 1984 में था’, अमेरिकी इन्वेस्टर रे डेलियो ने की पीएम मोदी की डेंग जियाओपिंग से तुलना, बोले – भारत बहुत महत्वपूर्ण है, मुझे नहीं लगता कि कोई भी मुद्दा भारत को रोक पाएगा#PMModi | #Business | #development |… pic.twitter.com/J93z5tXDdj
— Asianetnews Hindi (@AsianetNewsHN) September 18, 2023
ଏବେ ତାଙ୍କ ନିକଟରେ ଭାରତ ସହ ଦୁନିଆଁରେ ଶ୍ରେଷ୍ଠ ଦେଶମାନଙ୍କର ଆଗାମୀ ବର୍ଷମାନଙ୍କର ବିକାଶଦର ସାମ୍ଭବ୍ୟ ତଥ୍ୟ ରହିଛି । ଭାରତରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଆଗରୁ ଏହାର ଅନେକ ସୁଫଳ ମିଳିବ ବୋଲି ସେ କହିଛନ୍ତି ।



