www.samajalive.in
Monday, December 15, 2025
14.1 C
Bhubaneswar

ମେକ୍ସପିକ ଅପ୍ ସହ ବାଇକ ମୁହାଁ ମୁହିଁ ଧକ୍କା , ବାଇକ ଆରୋହୀ ମୃତ୍ୟୁ,  

ଚାନ୍ଦିପୁଟ ନିପ୍ର
     ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଚିଟିଙ୍ଗ ଘାଟି ନିକଟସ୍ଥ ବୁଲାଣି ରାସ୍ତା ରେ ଆଜି ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ଅକାଳରେ ଜୀବନ ଚାଲିଯାଇଛି । ମୃତ ଯୁବକ ଜଣକ ହେଲେ ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଗ୍ରାମର ଅନାଦି ନାୟକ (୩୮) । ଆଜି ସକାଳ ପ୍ରାୟ ୧୧ ଟା ସମୟରେ ଛେଳିଗଡ ଗ୍ରାମର ଅନାଦି ନାୟକ ହିରୋ ଗ୍ଳାମୋର ବାଇକ ନଂ ଓଡି୦୭ଏ ୦୨୪୨ ଯୋଗେ ତାଙ୍କ ଶଶୁରଘର ପାଢିଗାଁ ରୁ ନିଜ ଗ୍ରାମ କୁ ଫେରୁଥିବା ବେଳେ ମହେନ୍ଦ୍ରଗଡ ପଟୁ ଆସୁଥିବା ଏକ ମେକ୍ସ ପିକ ଅପ ଭ୍ୟାନ (ଓଡି୦୭ଏ୩୩୩୧) ସାମ୍ନା ପଟୁ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାଫଳରେ ଘଟଣା ସ୍ଥଳରେ ହିଁ ବାଇକ ଆରୋହୀ ଅନାଦି ନାୟକଙ୍କ ରାସ୍ତା କଡ଼ରେ ପିଟି ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ମେକ୍ସପିକଅପ ଟି ଫେରାର ହୋଇଥିବା । ଖବର ପାଇ ମୃତକଙ୍କ ପରିବାର ଲୋକେ ଓ ଛେଳିଗଡ ଅଞ୍ଚଳବାସୀ ପହଞ୍ଚି ଶବ କୁ ଚିହ୍ନଟ କରିଥିଲେ । ଏବଂ ଉତେଜନା ପରିସ୍ଥିତି ସୃଷ୍ଟି ହେବା ସହ ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଦାବି ରେ ୧୧.୩୦ ମିନିଟରୁ  ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଅର୍ଥାତ୍ ଦୀର୍ଘ ପାଞ୍ଚ ଘଣ୍ଟା ଧରି ଦୁର୍ଘଟଣା ସ୍ଥଳ ତଥା ୩୨୬ଏ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ ଲୋକେ । ଫଳରେ ପାରଳାଖେମୁଣ୍ଡି ମୋହନା ବ୍ରହ୍ମପୁର ଗାଡ଼ି ଚଳାଚଳ ରେ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା ।‌ ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧିକାରୀ ପୁରୁଷୋତମ ପାଇକ ସଦଳବଳେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ମେକ୍ସପିକଅପ କୁ ଚିହ୍ନଟ କରିବା ସହ ସଂମୃକ୍ତ ମେକ୍ସପିକଅପ ର ମାଲିକ ସନ୍ତୋଷ କୁମାର ପଣ୍ଡା ଙ୍କୁ ଘଟଣା ସ୍ଥଳକୁ ଆଣିଥିଲେ। ଏବଂ ମତକ ଙ୍କ ପରିବାର ଲୋକେ ଗାଡି ମାଲିକ ଙ୍କ ଆପୋଷ ବୁଝାମଣା ପରେ ମୃତ ଶରୀର କୁ ଜବତ କରି ଶବ ବ୍ୟବଚ୍ଛଦ ପାଇଁ ପଠାଇଛି । ଏ ନେଇ ଏକ ଆପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ଡ୍ରାଇଭର ଫେରାର ଥିବା ସୁଚନା ଦେଇଛନ୍ତି ଫାଣ୍ଡି ଅଧିକାରୀ ପୁରୁଷୋତମ ପାଇକ। ଅପରପକ୍ଷରେ ଦୁର୍ଘଟଣା ରେ ପ୍ରାଣ ଯାଇଥିବା ଅନାଦି ଙ୍କ ଘରେ ଦୁଇଟି ଛୁଆ ଓ ସ୍ତ୍ରୀ, ବାପା ଏବେ ନିଃସହାୟ ସୋଇପଡିଛନ୍ତି। ଅନାଦି ଜଣେ ଦାଦନ ଶ୍ରମିକ ଭାବେ ବାହାରେ କାମ କରୁଥିଲେ ତିନି ଦିନ ତଳେ ସେ ବାହାର ରାଜ୍ୟ ରୁ ଘରକୁ ଆସିଥିଲେ । ଆଜି ଦୁର୍ଘଟଣା ରେ ପ୍ରାଣ ହାନି ଘଟିଥିବା ରୁ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories