www.samajalive.in
Monday, December 15, 2025
17.1 C
Bhubaneswar

ମିନିଟ୍ରକ ସହ ବିପୁଳ ପରିମାଣର ଚୋରା କାଠଗଣ୍ଡି ଜବତ, ଅଭିଯୁକ୍ତ ଫେରାର

ଚାନ୍ଦିପୁଟ: ଜଙ୍ଗଲ ରୁ ଶାଗୁଆନ କାଠ ଚୋରାଚାଲାଣ ବେଳେ ମିନି ଟ୍ରକ ସହ ୧୧ ଖଣ୍ଡ କାଠ ଗଣ୍ଡି ଜବତ କରିଛି ମୋହନା ବନ ବିଭାଗ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ମୋହନା ବନାଞ୍ଚଳ ଅଧିନସ୍ଥ ଅଡବା ଅଞ୍ଚଳରେ ବନ କର୍ମଚାରୀ ମାନେ ରାତ୍ରୀକାଳୀନ ପଇଁତରା ଜାରି ରଖିଥିବା ବେଳେ ଗତକାଲି ମୋହନା ବନାଞ୍ଚଳ ଅଧିକାରୀ ଲଷ୍ମୀପ୍ରସାଦ ବିଶୋଇଙ୍କ ନିର୍ଦ୍ଦେଶ କ୍ରମେ ବନକର୍ମଚାରୀ ମାନେ ମୋହନା ଓ ଅଡବାର ବନକର୍ମଚାରୀ ବିଶେଷ ସୂତ୍ରରୁ ଖବର ପାଇ ନଡ଼ମା ଗ୍ରାମ ନିକଟରେ ଚଡାଉ କରିଥିଲେ। ଚଡାଉ ବେଳେ ଏକ ଟାଟା ମିନିଟ୍ରକ ୪୦୭ ରେ କାଠ ଚୋରାଚାଲାଣ ହେଉଥିବା ଜଣାପଡିଥିଲା। ହେଲେ ବନ କର୍ମଚାରୀଙ୍କୁ ଦେଖି ଡ୍ରାଇଭର ଗାଡ଼ିରୁ ଡେଇଁ ଚମ୍ପଟ ମାରିଥିଲା। ଜବତ ଶାଗୁଆନ କାଠ ବନବିଭାଗ ପକ୍ଷରୁ ଯାଞ୍ଚ ବେଳେ ୧୧ ଟି ଗଣ୍ଡି ଯାହା ୨୮.୧୩ ସିଏଫଟି ବିଶିଷ୍ଟ ପରିମାଣ ବୋଲି ଜଣାପଡିଛି। ଯାହାର ବଜାର ଆନୁମାନିକ ମୂଲ୍ୟ ୫୦ ହାଜର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ବନାଞ୍ଚଳ ଅଧିକାରୀ ଲକ୍ଷ୍ମିପ୍ରସାଦ ବିଷୋୟୀ କହିଛନ୍ତି। ଚଢ଼ାଉ ବେଳେ ବନପାଳ ଦେବାଶିଷ ଶତପଥୀ, ବନପାଳ ସନ୍ତୋଷ କୁମାର ପାଣିଗ୍ରାହୀ, ବନରକ୍ଷୀ ରାଜ କିଶୋର ସାହୁ ପ୍ରମୁଖ ଙ୍କ ସମେତ ଜଙ୍ଗଲ ସୁରକ୍ଷା ବାହିନୀ ଶୁଭକାନ୍ତ ବେହେର ଦଳାଇ , କାଳିଆ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories