ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ବ୍ୟବହାର ମାମଲା, ଶିକ୍ଷକଙ୍କୁ ୨୦ ବର୍ଷ ଜେଲ ଦଣ୍ଡ
ଦେଓଗାଁ: ଦେଓଗାଁ ଥାନା ଅନ୍ତର୍ଗତ ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବର୍ଷେ ତଳେ ଜୈ ନିକ ଚତୁର୍ଥ ଶ୍ରେଣୀ ଛାତ୍ରୀ ଙ୍କୁ ଶିକ୍ଷକ ଦୁର୍ବ୍ୟବହାର ଦେବା ଘଟଣାରେ ପୂର୍ଣ୍ଣ ଛେଦ ପଡିଛି। ଏହି ମାମଲାର ବିଚାର କରି ଗିରଫ ହୋଇଥିବା ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆଙ୍କୁ ବଲାଙ୍ଗୀର ପସ୍କୋ କୋର୍ଟ ଦଣ୍ଡିତ କରି ଶୁକ୍ରବାର ଦିନ ୨୦ ବର୍ଷ ର ଜେଲ ଦଣ୍ଡ ଶୁଣାଇଥିବା ଜଣାପଡିଛି। ଗତ ୨୦୨୨ ଅଗଷ୍ଟ ୨୭ ତାରିଖରେ ମୁରସିଂ ସ୍କୁଲ ପ୍ରଧାନ ଶିକ୍ଷକ ବିଶ୍ଵନାଥ ବୁଦ୍ଧିଆ ଙ୍କ ବିରୁଦ୍ଧରେ ଛାତ୍ରୀ ଙ୍କୁ ଦୁର୍ବ୍ୟବହାର ନେଇ ଅଭିଯୋଗ ଆସିଥିଲା। ଗାଁରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖାଦେବା ପରେ ଶିକ୍ଷକଙ୍କୁ ଗିରଫ କରିଥିଲା ଦେଓଗାଁ ପୁଲିସ। ଏବେ ଗୋଟିଏ ବର୍ଷ ପରେ ରାୟ ପ୍ରକାଶ ପାଇଥିବାରୁ ଗାଁ ଖୁସିର ମାହୋଲ ଦେଖାଦେଇଥିବା ବେଳେ ରାୟକୁ ନେଇ ପରିବାର ଲୋକେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସୂଚନା ମିଳିଛି।
ସୂଚନା ଯୋଗ୍ୟ ଯେ, ଗତ ୨୦୨୨ ଅଗଷ୍ଟ ୨୨ ତାରିଖ ଦିନ କୁତୁର୍ଲା ପଞ୍ଚାୟତ ମୁରସିଂ ସ୍କୁଲର ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀ ନିଜ ଅବିଭାବକ ନିକଟରେ ଅଭିଯୋଗ କରିଥିଲେ ଯେ ପ୍ରଧାନ ଶିକ୍ଷକ ତାଙ୍କ ପାଖକୁ ଡାକି ନିଜ ଆପତ୍ତିଜନକ ସ୍ଥାନକୁ ବାରମ୍ବାର ଛୁଁଇବା ସହ ଅପବ୍ୟବହାର କରୁଛନ୍ତି। ଏହି ବିଷୟରେ ଘରେ ଜାଣିବା ପରେ ଗତ ୨୪ତାରିଖ ଦିନ ସ୍କୁଲ ପରିଚାଳନା କମିଟି ସଭାପତି ଓ ସଭ୍ୟଙ୍କୁ ଜଣାଇଥିଲେ। ଅଭିଯୋଗ କ୍ରମେ ୨୫ରେ ସ୍କୁଲରେ ଏହି ଅଭିଯୋଗକୁ ନେଇ ଆଲୋଚନା ହୋଇଥିଲା। ଶିକ୍ଷକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିବା ସହ ଶହ ଶହ ଅବିଭାବକ ସ୍କୁଲକୁ ପଶିବାରୁ ଶିକ୍ଷା ଅଧିକାରୀ ଆସି ନିଳମ୍ବନ ନିର୍ଦେଶ ଦେବା ପରେ ପୁଲିସ ଶିକ୍ଷକଙ୍କୁ ଥାନାକୁ ନେଇ ଗିରଫ ପରେ କୋର୍ଟ ଚାଲାଣ କରିଥିଲା।
Comments are closed.