www.samajalive.in
Monday, December 15, 2025
24.1 C
Bhubaneswar

ଆସାମ ବିପକ୍ଷରେ ଓଡ଼ିଶାର ବୃହତ୍‌ ବିଜୟ

କଟକ : ଚଳିତ ରଣଜୀ ସିଜିନରେ ଆସାମ ବିପକ୍ଷ ଓଡ଼ିଶା ୯ ୱିକେଟ୍‌ର ବୃହତ୍‌ ବିଜୟ ହାସଲ କରିଛି। ପ୍ରଥମ ଇନିଂସ୍‌ ଭଳି ଦ୍ୱିତୀୟ ଇନିଂସ୍‌ରେ ରାଜେଶ ମହାନ୍ତିଙ୍କ ଚମତ୍କାର ବୋଲିଂ ଫଳରେ ଓଡ଼ିଶା ଏହି ବିଜୟ ହାସଲ କରିଛି। ଆସାମ ଦ୍ୱିତୀୟ ଇନିଂସ୍‌ରେ ୧୩୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯିବା ପରେ ଓଡ଼ିଶା ପାଇଁ ମାତ୍ର ୧୪ ରନ୍‌ର ବିଜୟ ଲକ୍ଷ୍ୟ ଥିଲା। ଓଡ଼ିଶା ୩.୩ ଓଭର ଖେଳି ଗୋଟିଏ ୱିକେଟ ହରାଇ ଏହି ସହଜ ବିଜୟ ହାସଲ କରିଥିଲା। ଫଳରେ ତିନୋଟି ମ୍ୟାଚ ପରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ତିନୋଟି ମ୍ୟାଚରୁ ଓଡ଼ିଶା ମୋଟ୍ ସାତ ପଏଣ୍ଟ ପାଇଛି।

ଗୁଆହାଟୀର ବର୍ଷାପଡ଼ା ଷ୍ଟାଡିୟମରେ ବୁଧବାର ମ୍ୟାଚ୍‍ର ୨ୟ ଦିନରେ ଆସାମ  ୫୯ ରନ୍‍ ପଛରେ ରହିଥିବାବେଳେ ହାତରେ ୬ଟି ୨ୟ ଇନିଂସ ୱିକେଟ ବାକିଥିଲା। ତୃତୀୟ ଦିନର ଖେଳ ଆରମ୍ଭ ହେବା ପରେ ଦଳୀୟ ସ୍କୋର ୮୬ ହୋଇଥିବା ସମୟରେ ବସନ୍ତ ମହାନ୍ତିଙ୍କ ବଲ୍‌ରେ ବିପ୍ଲବ ସାମନ୍ତରାୟ, ରୋମାରିଓ ଶର୍ମାଙ୍କ କ୍ୟାଚ ଧରିଥିଲେ । ସେହିଭଳି ଅରୁପ ଦାସ ବ୍ୟକ୍ତିଗତ ସ୍କୋର ୧୧ ରନ୍‌ କରି ରନ୍‌ ଆଉଟ୍‌ ହୋଇଥିଲେ। ପରେ ରାଜେଶ ମହାନ୍ତି ଆଉ ଶେଷ ଦୁଇ ୱିକେଟ୍‌ ଅକ୍ତିଆର କରିଥିଲେ। ସେ ପ୍ରଥମ ଇନିଂସ୍‌ରେ ୫ଟି ୱିକେଟ୍ ନେଇଥିବାବେଳେ ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ୬ଟି ୱିକେଟ୍‌ ହାସଲ କରିଛନ୍ତି। ମୋଟ ୧୧ ୱିକେଟ୍‌ ସହିତ ଏହି ମ୍ୟାଚ୍‌ରେ ସେ ବ୍ୟକ୍ତିଗତ ଭାବରେ ମଧ୍ୟ ରେକର୍ଡ କରିଛନ୍ତି। ଗୋଟିଏ ମ୍ୟାଚ୍‌ରେ ୧୦ରୁ ଅଧିକ ୱିକେଟ୍‌ ନେବାରେ ସେ ୧୭ତମ ଓଡ଼ିଆ ବୋଲର ହୋଇପାରିଛନ୍ତି। ୧୧ ୱିକେଟ୍‌ ନେଇଥିବା ରାଜେଶ ମହାନ୍ତି ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

- Advertisement -

 

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories