www.samajalive.in
Sunday, December 14, 2025
26.1 C
Bhubaneswar

ଭାରତରେ ଲଞ୍ଚ ହେଲା ଆପାଚି ‘ଆରଟିଆର-୧୮୦’ର ନୂଆ ମଡେଲ ବାଇକ

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ‘ଟିଭିଏସ୍‍’ ଆପାଚି ‘ଆରଟିଆର ୧୮୦-୨୦୧୯’ ନୂଆ ମଡେଲ ଭାରତରେ ବଜାର ପ୍ରବେଶ କରାଇଛି। ଏହି ବାଇକରେ ଏବିଏସ୍‍ ଏବଂ ନନ୍‍-ଏବିଏସ୍‍ ନାମକ ଦୁଇଟି ମଡେଲ ରହିଛି। ନନ୍‍-ଏବିଏସ୍‍ ଗାଡିର ମୂଲ୍ୟ କମ୍ପାନୀ ୮୪,୫୭୮ ଟଙ୍କା ରହିଥିବାବେଳେ ଏବିଏସ୍‍ ବାଇକର ମୂଲ୍ୟ ୯୫,୩୯୨ ଟଙ୍କା ରହିଛି। ପୁରୁଣା ମଡେଲ ତୁଳନାରୁ ନୂଆ ମଡେଲ ଗାଡି କମ୍ପାନୀ ବହୁ ପରିବର୍ତ୍ତନ କରିଛି। ଏହି ନୂଆ ବାଇକରେ ରେସ ଇନସ୍ପାଇର୍ଡ ଗ୍ରାଫିକ୍ସ, ବାଇଟ ବ୍ୱେକଲିଟ୍‍ ସ୍ପିଡୋମିଟର, ଡାୟଲ ଆର୍ଟ, ଇଣ୍ଟିଗ୍ରେଟେଡ ଫୋମ ସ୍ଲାଇଡସ୍‍ ଆଦି ସୁବିଧା ରହିଛି। ଟିଭିଏସ୍‍ ଆପାଚିର ଏହି ନୂଆ ମଡେଲ ବାଇକ ପର୍ଲ ଧଳା, ଗ୍ଲାସ କଳା, ଟି ଗ୍ରେ, ମେଟ ନୀଳ ଓ ମେଟ ନୀଳ ଆଦି ୫ଟି ରଙ୍ଗରେ ବଜାରରେ ଉପଲବ୍ଧ ରହିଛି। ବାଇକର ଯାନ୍ତ୍ରିକ ଦୃଷ୍ଟି କୋଣରୁ ବାଇକରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
ନୂଆ ବାଇକରେ ୧୭୭.୪ସିସି ଇଞ୍ଜିନ, ୫ସ୍ପିଡ ଗିୟରବକ୍ସ ଦିଆଯାଇଛି। ଯାହା ୧ଘଣ୍ଟାରେ ୧୧୪କିଲୋମିଟର ଅତିକ୍ରମ କରିପାରିବ। ବ୍ରେକିଂ ବ୍ୟବସ୍ଥା କହିବାକୁ ଗଲେ ବାଇକର ସମ୍ମୁଖ ଏବଂ ପଛଭାଗ ଉଭୟଭାଗରେ ଡିସ ବ୍ରେକ ଦିଆଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories