www.samajalive.in
Monday, December 15, 2025
17.1 C
Bhubaneswar

ବିଡି ଶ୍ରମିକ ଶୋଷଣର ଶିକାର ହୋଇଥିବା ଅଭିଯୋଗ-ଠିକ୍‌ ଭାବରେ ମିଳୁନି ଭବିଷ୍ୟନିଧି ଅର୍ଥ

ରେଙ୍ଗାଲି – ସମ୍ବଲପୁର ଜିଲ୍ଲା ର ବିଡି ଶ୍ରମିକ ମାନଙ୍କୁ ୨୦୦୮ ମସିହା ରୁ ଗତାନୁଗତକି ଭାବରେ ଭଭିଷ୍ୟତନିଧି ପାଣ୍ଠି ରୁ ଟଙ୍କା ପ୍ରଦାନରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହେଉଛି। ବିଡି ଶ୍ରମିକ ସଂଘର ସମ୍ପାଦକ ବିଡି କମ୍ପାନୀ ଏବଂ ପି.ଏଫ୍‌ ବିଭାଗ ସଲାସୁତୁରା କରି ସରକାରୀ ନୀତି ନିୟମ କୁ ଉଲଘଂନ କରି ବିଡି ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ସରକାରୀ ନିୟମ ଅନୁଯାୟୀ ପ୍ରତି ଏକ ହଜାର ବିଡି ପାଇଁ ୧୪୦ ଟଙ୍କା୬୨ ପଇସା ପି.ଏଫ୍‌ ଜମା ହେବା କଥା । କିନ୍ତୁ କେନ୍ଦ୍ର ଅବକାରୀ ବିଭାଗ ରିପୋର୍ଟ ଅନୁସାରେ ଏକ ହଜାର ବିଡି ପାଇଁ ମାତ୍ର୧୧୦ ଟଙ୍କା ପି.ଏଫ୍‌ ଫ୍‌ ରେ ଜମା କରାଯାଉଛି । । ୨୦୦୮ ମସିହାରୁ ଏଭଲି ଗତାନୁଗତିକ ଧାରା ରେ ଭବିଷ୍ୟନିଧି ପାଣ୍ଠି ରେ ପ୍ରତି ଏକ ହଜାର ବିଡି ପାଇଁ ୩୦ ଟଙ୍କା ୬୨ ପଇସା କମ୍‌ ଜମା ହେଉଥିଲେ ମଧ୍ୟ ଭବିଷ୍ୟନିଧି ପାଣ୍ଠି ର ଉଚ୍ଚ ଅଧିକାରୀ ନୀରବ ଦ୍ରଷ୍ଟା ସାଜି ଥିବାରୁ ବିଡି ଶ୍ରମିକ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି ।

ସମ୍ବଲପୁର ଜିଲ୍ଲାରେ ୩ଲକ୍ଷ ରୁ ଅଧିକ ବିଡି ଶ୍ରମିକ ବିଭିନ୍ନ କମ୍ପାନୀ ର ବିଡି ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି । ଆସିଷ୍ଟାଣ୍ଟ୍‌ ପି.ଏଫ୍‌ କମିଶନର ଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ୩ଲକ୍ଷ ରୁ ଅଧିକ ବିଡି ଶ୍ରମିକ ଙ୍କ ମଧ୍ୟରୁ ମାତ୍ର ୮୯ ହଜାର୫ଶହ୯୧ ଜଣ ବିଡିଶ୍ରମିକ ଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି । ଅର୍ଥାତ୍‌ ପରିଚୟପତ୍ର ନଥିବା ୨ଲକ୍ଷ ୧୦ହଜାର ରୁ ଉଦ୍ଧ୍ୱର୍ ବିଡିଶ୍ରମିକ ସରାକାରୀ ସୁବିଧା ରୁ ବଞ୍ଚିତ ହେଉଛନ୍ତି । ଭବିଷ୍ୟନିଧି ପାଣ୍ଠି ରୁ ଟଙ୍କା ଉଠାଣ ପାଇଁ ସମ୍ବଲପୁର ଜିଲ୍ଲା ରେ ଅଢେଇ ହଜାର ଶ୍ରମିକ ଦୀର୍ଘ ବର୍ଷ ହେଲା ଆବେଦନ କରିଥିଲେ ମଧ୍ୟ ନାନା ପ୍ରକାର ଆଳ ଦେଖାଇ ବିଡିଶ୍ରମିକ ମାନଙ୍କୁ ହଇରାଣ କରାଯାଇ ସେମାନଙ୍କୁ ଅର୍ଥ ପ୍ରଦାନରେ ଅବେହେଳା କରାଯାଉଥିବା ବାରମ୍ବାର ଅଭିଯୋଗ ହେଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories