www.samajalive.in
Thursday, December 11, 2025
14.1 C
Bhubaneswar

ହିଣ୍ଡାଲକୋ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ଆଦର୍ଶ ବିଦ୍ୟାଳୟକୁ ମିଳିଲା ବସ

ସମ୍ବଲପୁର: ସମ୍ବଲପୁରର ପରମାନପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଦୂର ଦୁରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଯାତାୟାତ ସୁବିଧା ପାଇଁ ଏକ ବସ ମିଳିଛି। ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ପ୍ରଚେଷ୍ଟାରେ ହିଣ୍ଡାଲକୋ ତାର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ବିଦ୍ୟାଳୟ କୁ ଏକ ବସ ଯୋଗାଇ ଦେଇଛି। ମଙ୍ଗଳବାର ବିଦ୍ୟାଳୟ ପ୍ରାଙ୍ଗଣରେ ବିଧି ବଦ୍ଧ ଭାବେ ପୂଜାର୍ଚ୍ଚନା କରି ପତାକା ଦେଖାଇ ବସ ସେବାର ଶୁଭାରମ୍ଭ କରିଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାୟକ। ଆଜିର କାର୍ୟ୍ୟକ୍ରମରେ ଆନ୍ୟ ମାନଙ୍କ ମଧ୍ୟରେ ମାନେଶ୍ୱର ବ୍ଲକ ଅଧ୍ୟକ୍ଷା ରୁକ୍ମିଣୀ ମହାନନ୍ଦ, ଉପାଧ୍ୟକ୍ଷ ନରେନ୍ଦ୍ର ମିଶ୍ର, ମାନେଶ୍ୱର ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟା ସୁରୁଜା ସେଠ, ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଲି ପାଣ୍ଡେ, ପରମାନପୁର ସରପଞ୍ଚ ମହେନ୍ଦ୍ର ନାଥ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରମାନପୁରର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଛତ୍ରିଆ ସାଂସଦ ପ୍ରତିନିଧି ମଣ୍ଟୁ ଅଗ୍ରୱାଲ ହିଣ୍ଡାଲକୋ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିର ପ୍ରବନ୍ଧକ ଆନନ୍ଦ ଚକ୍ରବର୍ତ୍ତୀ, ଉପ ପ୍ରବନ୍ଧକ ଜିତେଶ ରଥ, ଅନ୍ୟାନ୍ୟ ଅଧିକାରୀ ସରୋଜ କୁମାର ଆଚାର୍ୟ୍ୟ ଓ ସନ୍ତୋଷ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories