www.samajalive.in
Thursday, December 11, 2025
14.1 C
Bhubaneswar

ରେଳ ସେବା ପ୍ରଭାବିତ

ସମ୍ବଲପୁର: ଭାରତୀୟ ରେଳବାଇ ଅର୍ନ୍ତଗତ ଉତ୍ତର ରେଳବାଇ ଅଧିନସ୍ଥ ବାରଣାସୀ ଷ୍ଟେସନରେ ଥିବା ୟାର୍ଡର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରହିଛି। ଏଥି ପାଇଁ ପୂର୍ବତଟ ରେଳବାଇରୁ ଯାଉଥିବା କିଛି ରେଳଗାଡିର ଚଳାଚଳ ପ୍ରଭାବିତ ହୋଇଛି। ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ରେଳଗାଡି ସଂଖ୍ୟା ୧୮୩୧୧ ସମ୍ବଲପୁର – ବନାରସ ସପ୍ତାହରେ ୨ ଦିନ ଚାଲୁଥିବା ଏହି ରେଳଗାଡି ସମ୍ବଲପୁରରୁ ୨୦, ୨୪, ୨୭ ଓ ଆସନ୍ତା ମାସର ୧, ୪, ୮ ଓ ୧୧ ତାରିଖରେ ବାତିଲ ରହିବ। ସେହିଭଳି ରେଳଗାଡି ସଂଖ୍ୟା ୧୮୩୧୨ ବନାରସ – ସମ୍ବଲପୁର ଏକ୍ସପ୍ରେସ ବନାରସରୁ ୨୧, ୨୫, ୨୮ ଏବଂ ଆସନ୍ତା ମାସର ୨, ୫, ୯ ଓ ୧୨ ତାରିଖରେ ଚଳାଚଳ ବାତିଲ ରହିବ। ରେଳଗାଡି ସଂଖ୍ୟା ୨୦୯୧୭ ଇନ୍ଦୋର – ପୁରୀ ଏକ୍ସପ୍ରେସ ଇନ୍ଦୋରରୁ ୨୬ ତାରିଖ ଓ ରେଳଗାଡି ସଂଖ୍ୟା ୨୦୯୧୮ ପୁରୀ – ଇନ୍ଦୋର ଏକ୍ସପ୍ରେସ ପୁରୀ ରୁ ୨୮ ତାରିଖରେ ବାତିଲ ରହିବ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories