www.samajalive.in
Sunday, December 14, 2025
17.1 C
Bhubaneswar

ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ସମୀକ୍ଷା, ଆଦିମ ଜନଜାତିଙ୍କ ଜୀବିକା ମିଶନ ଓ ଜଳ ସଂରକ୍ଷଣକୁ ଗୁରୁତ୍ୱ

କେନ୍ଦୁଝରଗଡ଼: କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସି ବିଭାଗୀୟ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଜିଲାପାଳ କାର୍ଯ୍ୟାଳୟ ପରିସର ମିନି କନଫରେନ୍ସହଲ ଠାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଟୁଡୁ କେନ୍ଦୁଝର ଓ ଚମ୍ପୁଆ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ଆଦିବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଠିକ୍‍ ରୂପାୟନ ସମ୍ପର୍କରେ ସମୀକ୍ଷା କରିଥିଲେ। ବିଶେଷକରି ଜିଲାର ଆଦିମ ଜନଜାତି ଜୁଆଙ୍ଗ ଓ ଭୂୟାଁ ମାନଙ୍କ ଜୀବିକା ଉନ୍ନତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ସୁଦୃଢ଼ ଉପରେ ମନ୍ତ୍ରୀ ଶ୍ରୀ ଟୁଡୁ ଗୁରୁତ୍ୱାରୋପ କରିଥିଲେ। ଜୁଆଙ୍ଗ ଉନ୍ନୟନ ସମିତିରେ କର୍ମଚାରୀ ଅଭାବ ସାଙ୍ଗକୁ ସ୍ୱତନ୍ତ୍ର ଅଧିକାରୀ ପଦ ଖାଲି ପଡିଥିବାରୁ କର୍ମଚାରୀ ପୁରଣ ସାଙ୍ଗକୁ କିଭଳି ଜଣେ ସ୍ଥାୟୀ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରାଯାଇ ଆଦିମ ଜନଜାତି ଜୁଆଙ୍ଗଙ୍କ ସର୍ବାଙ୍ଗୀନ ବିକାଶକ୍ଷେତ୍ରରେ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ସେ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଟୁଡୁ ଗୁରୁତ୍ୱାରୋପ କରିଛନ୍ତି। ସମଗ୍ର ଦେଶରେ ଆଗକୁ ଉତ୍କଟ ଜଳ ସମସ୍ୟା ଦେଖା ଦେବାକୁ ଥିବାରୁ ଆଗାମୀ ଦିନରେ ଏହି ସଙ୍କଟରୁ ମୁକ୍ତି ପାଇଁ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଶ୍ରୀ ଟୁଡୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେବାସହ ଜିଲାରେ ନିର୍ମାଣାଧିନ କାନପୁର ବୃହତ୍‍ ଜଳସେଚନ ପ୍ରକଳ୍ପ କିଭଳି ଶିଘ୍ର କାର୍ଯ୍ୟକ୍ଷମ ହେବ ସେଥିପାଇଁ ମଧ୍ୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ସଦର ବିଧାୟକ ମୋହନ ଚରଣ ମାଝୀ ମଧ୍ୟ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ସ୍ୱାଗତ କରିବା ସହ ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଓ ଚମ୍ପୁଆ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ, ଜିଲା ମଙ୍ଗଳ ଅଧିକାରୀ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ, ଜୁଆଙ୍ଗ ଉନ୍ନୟନ ସମିତିର ଭାରପ୍ରାପ୍ତ ସ୍ୱତନ୍ତ୍ର ଅଧିକାରୀ, କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଜିଲାରେ କାର୍ଯ୍ୟକାରୀ ହେଉଥିବା ନିଜ ନିଜ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତି କରିଥିଲେ।

ଭାରତୀୟ ଯୁବବର୍ଗ ମାନସିକ ଶାନ୍ତି ହରାଇ କ୍ରମଶଃ ଆତ୍ମହତ୍ୟା ପରି ଜୀବନର ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବାରେ ଲାଗିଛି। । ସ୍ବାସ୍ଥ୍ୟ ସେବା କେବଳ ଶାରୀରିକ ସ୍ବାସ୍ଥ୍ୟ ଉପରେ କେନ୍ଦ୍ରୀଭୂତ ନ ହୋଇ ମାନସିକ ସ୍ବାସ୍ଥ୍ୟର ଉନ୍ନୟନ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। କୌଣସି ପ୍ରକାରର ମାନସିକ ବ୍ୟାଧିକୁ ବଂଶଗତ ଇତ୍ୟାଦିର ଆଖ୍ୟା ଦେଇ ତାକୁ ଅବହେଳା ନକରି ଉଚିତ୍ ନିରାକରଣ ଓ ଚିକିତ୍ସା କରାଯାଇ ପାରିଲେ ଭାରତରେ ଆତ୍ମହତ୍ୟା ହାର ନିଶ୍ଚିତ ଭାବରେ ହ୍ରାସ ପାଇବ ବୋଲି ଛାତ୍ରଛାତ୍ରୀମାନେ କ୍ଷୁଦ୍ର ନାଟକ ଜରିଆରେ ସଚେତନତା ବାର୍ତ୍ତା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories