www.samajalive.in
Monday, December 15, 2025
16.1 C
Bhubaneswar

ସୋମବାର ରାଶିଫଳ (୧୧.୦୯.୨୦୨୩)

ମେଷ : ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। କୃଷକଙ୍କ ନେତୃତ୍ବ ନେଇ ଚଳିତ ଖରିଫ ଫସଲରୁ ଅଧିକ ଉତ୍ପାଦନ ପାଇଁ ବୈଷୟିକ ତାଲିମ ନେଇପାରନ୍ତି। ଯାନବାହନ ସୁଖ ମିଳିବ।

ବୃଷ : ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହୋଇ ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବେ। ଅନୁଜମାନଙ୍କ ଭକ୍ତିଭାଜନ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ। ନିର୍ଭରଶୀଳ ନ ହୋଇ ଏକାକୀ ବିଜୟୀ ହେବେ। 

ମିଥୁନ : ଶ୍ରୀତ କମଳା ପାଦପଦ୍ମଧ୍ୟାୟୀ ବାଣିଜ୍ୟ କାରବାରରୁ ଧନ ଆହରଣ କରିବାରେ ପାରଙ୍ଗମ ହେବେ। ଆଚରଣରେ ଭଦ୍ରତା ଓ ଉଚ୍ଚାରଣରେ ମଧୁରତା ଯୋଗୁଁ ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରନ୍ତି।

କର୍କଟ : ଶ୍ରୀଚନ୍ଦ୍ର ଭୋଗ ହେତୁ ପୂର୍ବାହ୍ଣରେ ବିଭୁ ଆଶୀର୍ବାଦ ଓ ପ୍ରଭୁ ପ୍ରସାଦ ପାଇଥିବାବେଳେ ଅପହରାହ୍ଣରେ ପରିବାର ଓ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ନେହାଶିଷ ଦେଇପାରନ୍ତି। ଭୋଗ ଭିତରେ ତ୍ୟାଗକୁ ଗ୍ରହଣ କରିବେ।

ସିଂହ : ଓଁର ଚିନ୍ତନ ଓ ମନନରେ ବ୍ରତୀ ହୋଇପାରନ୍ତି। ବାତ୍ସଲ୍ୟ ମମତାରେ ଉଦ୍‌ବୁଦ୍ଧ ହୋଇ ନିଜର ଆଶ୍ରିତ ଓ ଅନୁଗତମାନଙ୍କର ଜୀବନକୁ ମଧୁମୟ କରିପାରନ୍ତି। ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ହେବେ।

କନ୍ୟା : ଆୟୁଷ୍ମାନ୍‌ ହେବେ। ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାଗତ ହେବେ। ଚେଷ୍ଟା ଫଳବତୀ ହେବ। ଧୀ’ଶକ୍ତିସମ୍ପନ୍ନ ହେବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କର୍ମଠ ହେବେ।

ତୁଳା : ଈପ୍‌ସିତ ପଦାର୍ଥ ପ୍ରାପ୍ତିର ସୁଯୋଗ ଅଛି। ଚେତନାର ଉଳ ପ୍ରଦୀପ ହୋଇପାରନ୍ତି। ମାନବବାଦର ଚେତନାକୁ ଉପସ୍ଥାପନ କରି ସମର୍ପିତ ଜୀବନଯାପନ କରିବେ। କର୍ମକ୍ଷେତ୍ରରୁ ଯଥାର୍ଥ ପାରିତୋଷିକ ପାଇବେ।

ବିଛା :  ପରୋପକାର କରି କୃପାନିଧାନଙ୍କ କୃପାପାତ୍ର ହେବେ। ଭୋଗୀ ହେଲେ ବି ସେହି ଭୋଗ ଭିତରେ ତ୍ୟାଗ ଓ ସୃଜନଶୀଳତା ମଧ୍ୟ ରହିଛି। ଅନ୍ୟମନସ୍କ ନ ହୋଇ ମନକୁ ସ୍ଥିର ରଖିଲେ ସବୁ ସାଧ୍ୟ ହେବ।

ଧନୁ : ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆକସ୍ମିକ ବିପଦକୁ ଏଡ଼ାଇ ଦେଇ ପାରନ୍ତି। ସଶକ୍ତ ଆତ୍ମବଳରେ ବଳୀୟାନ୍‌ ହେବେ। ପାପତାପ ପରିହାରକ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।

ମକର :  ଦିନଟି ଶିବମୟ ହୋଇପାରେ। ଧର୍ମ ଧ୍ବଜାଧାରୀର ଅଭିନୟ କରିପାରନ୍ତି। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ପତ୍ନୀଙ୍କ ଉପଦେଶ ଗ୍ରହଣୀୟ ହେବ।

କୁମ୍ଭ : କର୍ମଚଞ୍ଚଳ ରହିବେ। ଅଧ୍ୟବସାୟରେ ମଗ୍ନ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରି ଲୋକଙ୍କ ପ୍ରଶଂସାଭାଜନ ହେବେ। ସୁସ୍ଥ ରହିବେ।

ମୀନ : ପାଇବାକୁ ଥିବା ଧନରେ ଭଣ୍ଡାର ସମ୍ପ୍ରସାରିତ କରିପାରନ୍ତି। ସ୍ବକାର୍ଯ୍ୟରେ ନିଷ୍ଠାପର ଓ ନିରବଚ୍ଛିନ୍ନ ଭାବେ ମନୋନିବେଶ କଲେ ଧନ ସହିତ ସମ୍ମାନ ଆପେ ଆପେ ଆସିଯିବ। ତେଜୀୟାନ ଓ ଜ୍ଞାନୀ ହେବେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories