www.samajalive.in
Monday, December 15, 2025
16.1 C
Bhubaneswar

ଏହି ଅଭିନେତାଙ୍କ ବଡିଗାର୍ଡ଼ ସୁବୁଠୁ ମହଙ୍ଗା; ପାଆନ୍ତି କୋଟି କୋଟି ଟଙ୍କା ଦରମା

ମୁମ୍ବଇ: ବଲିଉଡ଼ ଅଭିନେତାମାନେ ସର୍ବଦା ଲୋକଙ୍କ ଟାର୍ଗେଟରେ ରୁହନ୍ତି। ଶାହରୁଖ ଖାନ, ସଲମାନ ଖାନ, ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଅନୁଷ୍କା ଶର୍ମାଙ୍କଠାରୁ ଦୀପିକା ପାଦୁକୋନ ଏବଂ ଅନ୍ୟ ତାରକାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ବାହାରକୁ ଯିବା ସମୟରେ ଅଧିକ ସତର୍କ ରୁହନ୍ତି। ଲୋକଙ୍କ ମଧ୍ୟରେ ଭିଡ଼ରେ ଫସି ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ଥିବାରୁ ସେଲିବ୍ରିଟିମାନେ ସୁରକ୍ଷା ବିନା ରାସ୍ତାର ଯାଇପାରିବେ ନାହିଁ ଏବଂ ଏଭଳି କ୍ଷେତ୍ରରେ ଆବଶ୍ୟକ ପଡ଼ନ୍ତି ଅଙ୍ଗରକ୍ଷୀ ବା ବଡିଗାର୍ଡ଼। ଏଭଳି ସେଲିବ୍ରିଟିମାନଙ୍କ ସହ ୨୪ ଘଣ୍ଟା ବଡିଗାର୍ଡ଼ ରହିଥା’ନ୍ତି, ଯଦ୍ବାରା ସେମାନେ କଡ଼ା ସୁରକ୍ଷା ବଳୟ ଭିତରେ ରୁହନ୍ତି ଏବଂ ପ୍ରତିବଦଳରେ ବଡିଗାର୍ଡ଼ମାନଙ୍କୁ ମୋଟା ଅଙ୍କର ଦରମା ମଧ୍ୟ ମିଳିଥାଏ। ଆଜି ଆମେ ଆପଣଙ୍କୁ ସର୍ବାଧିକ ବେତନ ପ୍ରାପ୍ତ ସେଲିବ୍ରିଟି ଅଙ୍ଗରକ୍ଷୀ ଏବଂ ତାଙ୍କ ଦରମା ବିଷୟରେ କହିବୁ।

ସୂଚନା ଅନୁସାରେ, ଶାହରୁଖ ଖାନଙ୍କ ଅଙ୍ଗରକ୍ଷୀ ରବି ସିଂହ ସବୁଠୁ ଅଧିକ ଦରମା ପାଉଥିବା ସେଲିବ୍ରିଟି ବଡିଗାର୍ଡ଼। ଶାହରୁଖଙ୍କ ବଡିଗାର୍ଡ଼ଙ୍କ ବାର୍ଷିକ ଆୟ ୨.୭ କୋଟି ଅର୍ଥାତ୍‌ ସେ ମାସକୁ ପ୍ରାୟ ୧୭ ଲକ୍ଷ ଟଙ୍କା ଦରମା ପାଆନ୍ତି। ସେହିପରି ସଲମାନ ଖାନଙ୍କ ବଡିଗାର୍ଡ଼ ଶେରା ମାସକୁ ପ୍ରାୟ ୧୫ ଲକ୍ଷ ଟଙ୍କା ଅର୍ଥାତ୍‌ ବର୍ଷକୁ ପ୍ରାୟ ୨ କୋଟି ଟଙ୍କା ଦରମା ପାଆନ୍ତି। ମିଳିଥିବା ସୂଚନା ମୁତାବକ, ଅକ୍ଷୟ କୁମାରଙ୍କ ବଡିଗାର୍ଡ଼ ଶ୍ରେୟସେ ଥେଲେଙ୍କ ବାର୍ଷିକ ଆୟ ୧.୨ କୋଟି ଟଙ୍କା। ଅମିତାଭ ବଚ୍ଚନଙ୍କ ବଡିଗାର୍ଡ଼ ଜିତେନ୍ଦ୍ର ସିନ୍ଦେ, ଯିଏକି ୨୦୨୧ ମସିହା ଅଗଷ୍ଟ ମାସ ପର୍ଯ୍ୟନ୍ତ ବିଗ୍‌ ବିଙ୍କ ପାଇଁ କାମ କରିଥିଲେ, ତାଙ୍କୁ ବାର୍ଷିକ ୧.୫ କୋଟି ଟଙ୍କା ଦରମା ଦିଆଯାଉଥିଲା।

- Advertisement -

ସେହିପରି ଅମିର ଖାନଙ୍କ ଅଙ୍ଗରକ୍ଷୀ ଯୁବରାଜ ଘୋରପଡ଼େଙ୍କ ବାର୍ଷିକ ଦରମା ୨ କୋଟି ଟଙ୍କା। ଦୀପିକା ପାଦୁକୋନଙ୍କୁ ସବୁବେଳେ ତାଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଜଲାଲଙ୍କ ସହ ଦେଖିବାକୁ ମିଳିଥାଏ, ଯିଏକି ତାଙ୍କ ସହ ଦୀର୍ଘ ବର୍ଷ ଧରି ରହିଆସିଛନ୍ତି। ଜଲାଲଙ୍କ ବାର୍ଷିକ ଦରମା ବାର୍ଷିକ ୧.୨ କୋଟି ଟଙ୍କା ବୋଲି କୁହାଯାଉଛି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories