www.samajalive.in
Sunday, December 14, 2025
19.1 C
Bhubaneswar

ଜୋରନ୍ଦା ସେକ୍ଟରରେ ‘ମିଶନ ଇନ୍ଦ୍ରଧନୁ’ କାର୍ଯ୍ୟକ୍ରମ

ଆଠଗଡ଼: ଆଠଗଡ଼ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଜୋରନ୍ଦା ସେକ୍ଟରର ଗାଁ କଲ୍ୟାଣ ସମିତ ସମୂହ ଆନୁକୁଲ୍ୟରେ ଜୋରନ୍ଦା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶନିବାର ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ପାଇଁ ଜନସଚେତନତା ସୃଷ୍ଟି କରାଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ପରାମର୍ଶକ୍ରମେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‌‌ ଅସ୍‌‌ଲମ୍‌‌ ଏହି କାର୍ଯ୍ୟକ୍ରମ ସଂଯୋଜନା କରି ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ରୂପରେଖ ସଂପର୍କରେ ଆଲୋକପାତ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଜୋରନ୍ଦା ସରପଞ୍ଚ କମଳା ନାୟକ ଯୋଗଦେଇ ସ୍ୱାସ୍ଥ୍ୟ ହିଁ ସଂପଦ ଏବଂ ଏହାକୁ ଦୃଷ୍ଟିରେ ରଖି ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା ନ କରିବା ବିଶେଷକରି ଶିଶୁମାନଙ୍କ କ୍ଷେତ୍ରରେ ଆଦୌ ଅବହେଳା ନକରି ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯତ୍ନବାନ ହେବା ଲାଗି ପରାମର୍ଶ ଦେଇଥିଲେ। ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଅବସରରେ ଜନ୍ମରୁ ୫ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ରୋଗ ସଂକ୍ରମଣରୁ ରକ୍ଷା ପାଇଁ ପ୍ରତିଷେଧକ ଟୀକା ଦିଆଯାଇଥିଲା। କିନ୍ତୁ ସଚେତନତା ଅଭାବରୁ କେତେକ ପିଲା ଏହି ଟୀକାରୁ ବଞ୍ଚିତ ହୋଇଛନ୍ତି। ସେଥିପାଇଁ ଅଗଷ୍ଟ ୨୬ରୁ ୩୧ପର୍ଯ୍ୟନ୍ତ ଘରକୁ ଘର ବୁଲି ଆଶା ଦିଦିମାନେ ସର୍ବେକ୍ଷଣ କରି ପିଲାଙ୍କୁ ଚିହ୍ନଟ କରିବା ପରେ ଆବଶ୍ୟକୀୟ ଟୀକା ଦିଆଯାଇଥିଲା। ଶିଶୁଙ୍କୁ ରୋଗ ସଂକ୍ରମଣରୁ ରକ୍ଷା ପାଇଁ ପିତାମାତା ଅନ୍ୟକାମ ପଛରେ ପକାଇ ପିଲାଙ୍କୁ ଟୀକା ଦେବା ଲାଗି ଆଗେଇ ଆସନ୍ତୁ ବୋଲି ଶ୍ରୀ ଅସଲମ ବୁଝାଇଥିଲେ।

ଏହିକ୍ରମରେ ଆସନ୍ତା ସେପ୍ଟେମ୍ବର ୧୧-୧୬ତାରିଖ, ଅକ୍ଟୋବର ୧୯-୧୪ତାରିଖ, ନଭେମ୍ବର ୬-୧୧ତାରିଖ ପର୍ଯ୍ୟନ୍ତ ୩ମାସ ଧରି ଏହି ଟୀକାକରଣ କାର୍ଯ୍ୟକ୍ରମ ଚାଲିବାକୁ ଥିବାରୁ ଏହାର ସୁଯୋଗ ନେବା ଲାଗି ସେ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପରିଦର୍ଶିକା ବିଚିତ୍ରପ୍ରଭା ଦେଇ, ସମସ୍ତ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ ଏବଂ ଗାଁ କଲ୍ୟାଣ ସମିତିର ସଦସ୍ୟ ଯୋଗଦେଇ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories