www.samajalive.in
Monday, December 15, 2025
14.1 C
Bhubaneswar

ଜି-୨୦ : ଦିଲ୍ଲୀ ଘୋଷଣାନାମା ସର୍ବସମତି କ୍ରମେ ଗୃହିତ

ନୂଆଦିଲ୍ଲୀ :  ଜି-୨୦ ସଦସ୍ୟ ଦେଶମାନେ ନ୍ୟୁ-ଦିଲ୍ଲୀ ଲିଡର୍ସ୍‌‌ ଡିକ୍ଲାରେସନ୍‌‌ (ନୂଆଦିଲ୍ଲୀ ନେତୃତ୍ବ ଘୋଷଣାନାମା)କୁ ସର୍ବସମତି କ୍ରମେ ଗୃହିତ କରିଛନ୍ତି । ଏଥିରେ ସାମୂହିକ ବିକାଶ, ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପଦକ୍ଷେପ ଓ ସ୍ୱାସ୍ଥ୍ୟ ସମସ୍ୟା ସମୟରେ ଚିକିତ୍ସା ସରଞ୍ଜାମ ଯୋଗାଣ ବୃଦ୍ଧି ପ୍ରତି ଆଲୋକପାତ କରାଯାଇଛି । ‘ଏକ ପରିବାର’ ଶୀର୍ଷକ ଜି-୨୦ ଦ୍ୱିତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣାନାମା ଗୃହିତ ବିଷୟ ଘୋଷଣା କରିଛନ୍ତି ।
ନୂଆଦିଲ୍ଳୀରେ ଜି-୨୦ ଶିଖର ବୈଠକ ସ୍ଥଳୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ବୈଦେଶିକ ମନ୍ତ୍ରୀ ଏସ୍‌‌. ଜୟଶଙ୍କର କହିଛନ୍ତି,ଏହି ଘୋଷଣାନାମାରେ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ପ୍ରଦୂଷଣମୁକ୍ତ ବିକାଶଢାଞ୍ଚା ସ୍ଥାନ ପାଇଛି । ସେ କହିଛନ୍ତି, ବିଶ୍ୱ ନେତୃବୃନ୍ଦ ସମସ୍ତ ପ୍ରକାରର ସନ୍ତ୍ରାସବାଦର ନିନ୍ଦା କରିଛନ୍ତି ଓ ଏହା ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ପ୍ରତି ସବୁଠୁ ବଡ଼ ବିପଦ ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତ ଜି-୨୦ର ଅଧ୍ୟକ୍ଷ ଥିବା ସମୟରେ ଫାଇନାନ୍ସଟ୍ରାକ୍‌‌ ଅଧୀନରେ ହାସଲ କରାଯାଇଥିବା ସଫଳତା ଗୁଡ଼ିକର ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ସଦସ୍ୟ ରାଷ୍ଟ୍ରମାନେ ବହୁ ରାଷ୍ଟ୍ରୀୟ ବିକାଶ ବ୍ୟାଙ୍କକୁ ଶକ୍ତିଶାଳୀ କରିବା ଓ ବିଶ୍ୱ ବ୍ୟାଙ୍କ ଆର୍ଥିକ ଦକ୍ଷତା ବୃଦ୍ଧି କରିବାକୁ ସହମତି ପ୍ରକାଶ କରିଛନ୍ତି । ନ୍ୟୁଦିଲ୍ଲୀ ଘୋଷଣାନାମାର ପ୍ରମୁଖ ବିଷୟଗୁଡ଼ିକୁ ଉଲ୍ଲେଖ କରି ଭାରତର ଜି-୨୦ ସେର୍ପା ଅମିତାଭ କାନ୍ତ କହିଛନ୍ତି, ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ପ୍ରଦୂଷଣମୁକ୍ତ ବିକାଶ ଢାଞ୍ଚା ଦିଗରେ ଐକ୍ୟବଦ୍ଧ ହୋଇଥିବାରୁ ଏହା ସବୁଠୁ ବଡ଼ ସଫଳତା। ସେ କହିଛନ୍ତି, ଭାରତର ଜି-୨୦ ଅଧ୍ୟକ୍ଷତା ଜି-୨୦ ଇତିହାସରେ ସବୁଠୁ ଉଚ୍ଚାଭିଳାଶୀ ହୋଇ ରହିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories