www.samajalive.in
Sunday, December 14, 2025
26.1 C
Bhubaneswar

ତିଗିରିଆରେ ରାଷ୍ଟ୍ରୀୟ ଲୋକ ଅଦାଲତ

 ତିଗିରିଆ : ତିଗିରିଆ ଅଦାଲତ ପରିସରରେ ତାଲୁକ୍ ଆଇନ ସେବା କମିଟିର ଅଧ୍ୟକ୍ଷା ତଥା ତିଗିରିଆ ଅଦାଲତର ବିଚାରପତି ସୁଶ୍ରୀ ପ୍ରେରଣାଶ୍ରୀ ଦେଓଙ୍କ ଅଧ୍ୟକ୍ଷତାରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୩୯ ଗୋଟି ଫୌଜଦାରୀ ମାମଲା ମଧ୍ୟରୁ ୨୭ ଗୋଟି ମାମଲାର ଫଇସଲା ହୋଇଥିବା ବେଳେ ସ୍ଥାନୀୟ ବ୍ୟାଙ୍କର ୬ ଗୋଟି ଅନାଦେୟ ଋଣ ମାମଲାର ଫଇସଲା ହୋଇ ୧,୦୮,୧୦୦ ଟଙ୍କା ଆଦାୟ ହୋଇଥିଲା। ସେହିପରି ୩୬୫ ଗୋଟି ରାଜସ୍ବ ମାମଲାର ଫଇସଲା ହୋଇ ୨୪,୭୬୨ ଟଙ୍କା ଆଦାୟ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ତିଗିରିଆ ଓକିଲ ସଂଘ ସଭାପତି ମଙ୍ଗଳ କୃଷ୍ଣ ଦାସ, ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ବିକ୍ରମ କେଶରୀ ଦାସ, ରମେଶ ଚନ୍ଦ୍ର ମାଝୀ, ସରୋଜ କୁମାର ସାହୁ, ସଞ୍ଜୟ କୁମାର ଦାସ, ଶ୍ରୀକାନ୍ତ କୁମାର ସାହୁ, ରଘୁନାଥ ଦାସ, ତନ୍ମୟ କୁମାର ମିଶ୍ର, ସୁଚିତ୍ର କୁମାର ସାହୁ, ସୁବାସ ଚନ୍ଦ୍ର ସାହୁ , ଶାନ୍ତନୁ କୁମାର ଦାଶ, ରଞ୍ଜନ କୁମାର ମହାରଣା, ଆଶୁତୋଷ ମିଶ୍ର, ଇଭା ପଣ୍ଡା ପ୍ରମୁଖ ଉପସ୍ଥିତ ଥିବା ବେଳେ ଅଦାଲତର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories