www.samajalive.in
Saturday, December 6, 2025
15.1 C
Bhubaneswar

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାଦଲ ଆହତ

ଅନୁଗୁଳ : ଅନୁଗୁଳ ଜିଲାରେ ପୁଣି ଏନକାଉଣ୍ଟର ହୋଇଛି। ୭୨ଘଣ୍ଟା ପରେ ତାଳଚେର ସଦର ଥାନା ପୁଲିସ ଏନକାଉଣ୍ଟର କରିଛି। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାଦଲ ରାଉତ (୩୮) ଆହତ ହୋଇଛି। ତାର ଡାହାଣ ଜଙ୍ଘରେ ଗୁଳି ବାଜିଛି। ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ତାକୁ ପ୍ରଥମେ ତାଳଚେର, ପରେ ଅନୁଗୁଳ ଓ ଶେଷରେ କଟକକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇ ଜଣ ଅପରାଧୀ ପୁଲିସ ଏନକାଉଣ୍ଟର ସମୟରେ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି। ବାଦଲର ଘର ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ ବୋଲି ଜଣାପଡିଛି। ବାଦଲ ହେଉଛି ପୂର୍ବରୁ ଏନକାଉଣ୍ଟର କରାଯାଇଥିବା ବିଲୁର ସହଯୋଗୀ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ବାଦଲକୁ ଧରିବା ପାଇଁ ଯାଇଥିଲା। ପୁଲିସକୁ ତାଳଚେର ଏମସିଏଲ ଲିଙ୍ଗରାଜ ଖଣି ନିକଟରେ ଦେଖି ବାଦଲ ପ୍ରଥମେ ଗୁଳି ଚଳାଇଥିଲା। ପୁଲିସର ପାଲଟା ଗୁଳି ଚାଳନା କରିଥିଲା। ତା ନାମରେ ବିଭିନ୍ନ ଥାନାରେ ୧୨ରୁ ଅଧିକ ଅପରାଧିକ ମାମଲା ରହିଛି। ବାଦଲ ପାଖରୁ ଗୋଟିଏ ପିସ୍ତଲ ଓ ଦୁଇଟି ଗୁଳି ଜବତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories