www.samajalive.in
Saturday, December 6, 2025
14.1 C
Bhubaneswar

ବିଜେପି ମୁଖ୍ୟାଳୟ ସମ୍ମୁଖରେ ଆପ୍‍ର ବିକ୍ଷୋଭ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସଚିବାଳୟରେ ଲଙ୍କାଗୁଣ୍ଡ ଫିଙ୍ଗାଯିବା ପ୍ରତିବାଦରେ ଆମ୍‍ ଆଦମି ପାର୍ଟି ପକ୍ଷରୁ ବିଜେପି ପ୍ରତି ଦୋଷାରୋପ କରାଯାଇଛି। ବୁଧବାର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ଘଟଣାରେ ବିଜେପିକୁ ଦାୟୀ ପୂର୍ବକ କହିଛନ୍ତି ଯେ କେଜରିୱାଲଙ୍କୁ ହତ୍ୟା କରିବା ପାଇଁ ବିଜେପି ନେତାମାନେ ଉଦ୍ୟମ କରୁଛନ୍ତି। କେଜରିୱାଲ ମଧ୍ୟ ଏହି ଘଟଣା ପଛରେ ବିଜେପିର ହାତ ଥିବା ଅଭିଯୋଗ କରିଛନ୍ତି। ଘଟଣାର ପ୍ରତିବାଦରେ ଆମ୍‍ ଆଦମି ପାର୍ଟି ପକ୍ଷରୁ ବୁଧବାର ବିଜେପି ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ଉଦ୍‍ବୋଧନ ଦେଇ ଦଳ ନେତାମାନେ ଅଭିଯୋଗ କରିଥିଲେ ଯେ ବିଜେପି ଯେନତେନ ପ୍ରକାରେ ଦିଲ୍ଲୀରେ କ୍ଷମତା ଦଖଲ କରିବାକୁ ଉଦ୍ୟମ ଚଳାଇଛି। ସେଥିପାଇଁ ଭୋଟର ତାଲିକାରୁ ୧୫ଲକ୍ଷ ନାମ ବାଦ୍‍ ଦିଆଯାଇଛି ଓ ଦିଲ୍ଲୀ ସରକାରଙ୍କୁ ଲୋକଙ୍କ ପାଇଁ କାମ କରିବାରେ ବାଧା ଦିଆଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories