www.samajalive.in
Saturday, December 6, 2025
15.1 C
Bhubaneswar

ବଚସାରୁ ଗୁଳିକାଣ୍ଡ , ୨ ମୃତ

ସାଲେପୁର : ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ମେଲୋଡ଼ି ଚାଲିଥିବା ସମୟରେ ଗୁଳିକାଣ୍ଡ ହୋଇଛି। ଏଥିରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ପାଟସାଇଲ୍‍ ଗାଁର ସେକ୍‍ ଇମ୍ରାନ୍‍ ଓ ନିତ୍ୟାନନ୍ଦ ମଲ୍ଲିକ।
ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କାର୍ତ୍ତିକେଶ୍ୱର ପୂଜା କିମିଟିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ମେଲୋଡ଼ି ଚାଲିଥିବା ବେଳେ ସେକ ଓ ଅନ୍ୟ ଜଣକ ମଧ୍ୟରେ ବଚସା ହୋଇଥିଲା। ସେମାନଙ୍କୁ ଝଗଡ଼ା କରୁଥିବାର ଦେଖି କିଛି ଲୋକେ ସେମାନଙ୍କ ନିକଟକୁ ଆସିଥିଲେ। ସେହି ସମୟରେ ଉକ୍ତ ବ୍ୟକ୍ତିଜଣକ ସେକ ଉପରକୁ ଗୁଳି ଚଳାଇଥିଲା। ସେକ ବେକରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଦୁର୍ବୃତ୍ତ ଜଣକ ସେକକୁ ଗୁଳି କରିବା ପରେ ତା’ ପାଖକୁ ଆସୁଥିବା ଲୋକଙ୍କୁ ମଧ୍ୟ ଆଖିବୁଜା ଗୁଳି କରିଥିଲା। ଫଳରେ ତିନିଜଣ ଆହତ ହୋଇଛନ୍ତି। ଏହି ତିନିଜଣ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଗୁଳିକାଣ୍ଡ ପରେ ଉପସ୍ଥିତ ଲୋକମାନେ ଦୌଡ଼ା ଦୌଡ଼ି କରି ପଳାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣକ ଖସିଯାଇଥିବା ପୁଲିସ ଠାରୁ ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories