ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା; ଡ୍ରାଇଭର ନାମରେ ମାମଲା ରୁଜୁ

0

କେନ୍ଦୁଝର : କେନ୍ଦୁଝର ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ଡ୍ରାଇଭର ନାମରେ ମାମଲା ରୁଜୁ କରାଯାଇଛି। ବନ ବିଭାଗ ଡ୍ରାଇଭର ନାମରେ ମାମଲା ରୁଜୁ କରିଛି।

prayash

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିର କେନ୍ଦୁଝର ସଦର ରେଞ୍ଜ ନରଣପୁର ବିଟ ରାମଚନ୍ଦ୍ରପୁର ନିକଟରେ ହାତୀପଲ ରେଳ ଧାରଣା ପାର ହେଉଥିଲେ। ହାତୀ ପଲରେ ୯ଟି ହାତୀ ଥିଲେ। ଟ୍ରେନ ଧକ୍କାରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ତେବେ ଅନ୍ୟ ହାତୀମାନେ ଏଥିରୁ ବର୍ତ୍ତି ଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ବନ ବିଭାଗର କହିବା ଅନୁଯାୟୀ, ହାତୀ ଚଳପ୍ରଚଳ ଅଞ୍ଚଳରେ ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଟ୍ରେନ କମ ବେଗରେ ଚଳାଇବାର ନିୟମ ରହିଛି। ଡ୍ରାଇଭର ସତର୍କ ସୂଚନା ପାଇବା ପରେ ମଧ୍ୟ ଟ୍ରେନର ବେଗ ହ୍ରାସ କରି ନଥିଲେ।

 

Leave A Reply