www.samajalive.in
Sunday, December 7, 2025
16.1 C
Bhubaneswar

ଡେଙ୍ଗୁରେ ଚିକିତ୍ସିତ ଅବସ୍ଥାରେ ଯବାନଙ୍କ ମୃତ୍ୟୁ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ପଦ୍ମପୁର ପଞ୍ଚାୟତ କଇଠାପଲ୍ଲୀ ଗ୍ରାମର ଜଣେ ସାମରିକ ଯବାନଙ୍କ ଡେଙ୍ଗୁରେ ଚିକିତ୍ସିତ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣଙ୍କ ହେଲେ ନବକୃଷ୍ଣ ନାୟକ(୨୬)। ଗତ ୬ ବର୍ଷ ହେଲା ଲେ -ଲଦାଖରେ ଆର୍ମି ଯବାନ ଭାବେ କାର୍ଯ୍ୟରତ ଥିଲେ । ଗତ ଅଗଷ୍ଟ ୨୪ତାରିଖରେ ପଞ୍ଜାବକୁ ବଦଳି ହେବା ପରେ ଛୁଟି ନେଇ ଗତ ୨୯ ତାରିଖରେ ନିଜ ଘର କାଇଠାପଲ୍ଲୀକୁ ଆସିଥିଲେ। ଗତ ୩ଦିନ ହେଲା ଜ୍ବରରେ ଆକ୍ରାନ୍ତ ହେବା ପରେ ୨ ଦିନ ତଳେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହେବା ସହ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ଅବସ୍ଥାରେ ଡେଙ୍ଗୁ ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ଡେଙ୍ଗୁ ଚିହ୍ନଟ ହୋଇଥିଲା ବୋଲି ପରିବାର ସଦସ୍ୟ ପ୍ରକାଶ କରିଛନ୍ତି। ଦୁଇଦିନ ଚିକିତ୍ସା ପରେ ଗତକାଲି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା। ଶୋକାକୁଳ ପରିବେଶ ଭିତରେ ନବକୃଷ୍ଣଙ୍କୁ ନିଜ ଗ୍ରାମକୁ ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ପୂର୍ବକ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏହା ଜିଲ୍ଲାର ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories