www.samajalive.in
Monday, December 15, 2025
16.1 C
Bhubaneswar

ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଅବସରରେ ରାଧାଗୋବିନ୍ଦଙ୍କ ସୁନାବେଶ

ଆଠଗଡ :  ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଅବସରରେ ଗୁରୁବାର ସନ୍ଧ୍ୟାରେ ଆଠଗଡର ଆରାଧ୍ୟ ଶ୍ରୀ ରାଧାଗୋବିନ୍ଦ ଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜୀଉଙ୍କ ସୁନାବେଶ ଦେଖିବା ଲାଗି ବହୁ ଶ୍ରଦ୍ଧାଳୁଙ୍କର ସମାଗମ ଦେଖିବାକୁ ମିଳିଥିଲା। ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁନାବେଶ ଅନୁଷ୍ଠିତ ହୋଇଥିବାବେଳେ ତହସିଲଦାର ପ୍ରିୟବ୍ରତ ଦାସ ମାଜିଷ୍ଟ୍ରେଟ ଦାୟିତ୍ୱ ନିର୍ବାହ କରିଥିଲେ। ତହସିଲଦାର ଶ୍ରୀ ଦାସ ଓ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡାଙ୍କ ଉପସ୍ଥିତିରେ ଆଠଗଡ ଉପକୋଷାଗାରରୁ ଶ୍ରୀ ଜୀଉଙ୍କର ସୁନା ଅଳଙ୍କାର ସବୁ କଡା ପୁଲିସ ସୁରକ୍ଷା ବଳୟରେ ଅଣାଯିବା ପରେ ରାଧାଗୋବିନ୍ଦଙ୍କୁ ଏଥିରେ ସୁନ୍ଦର ଭାବେ ସଜ୍ଜିତ କରାଯାଇଥିଲା। ସର୍ବମୋଟ ୧୮୪୮.୭୦୦ଗ୍ରାମ ଓଜନର ବିଭିନ୍ନ ସୁନା ଅଳଙ୍କାରରେ ସଜ୍ଜିତ ଶ୍ରୀ ରାଧା, ଶ୍ରୀ କୃଷ୍ଣ ଓ ଶ୍ରୀ ବଳରାମ ଅତି ସୁନ୍ଦର ଦେଖାଯାଉଥିଲେ। ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ପୂଜକ ସୁବାସ ଚନ୍ଦ୍ର ପଣ୍ଡା ଓ ଅନ୍ୟ ସେବାୟତଙ୍କ ସହାୟତାରେ ଶ୍ରୀ ଜୀଉଙ୍କର ପୂଜାନୀତି ସହିତ ସନ୍ଧ୍ୟାଆଳତୀ ଶେଷ କରିବା ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିରର ଗର୍ଭଗୃହ ଉନ୍ମୁକ୍ତ କରାଯାଇଥିଲା। ରାତି ୯.୩୦ମିନିଟ ପରେ ପୁଣି ପୁଲିସ ସୁରକ୍ଷା ବଳୟରେ ଦିଅଁଙ୍କର ସମସ୍ତ ସୁନା ଅଳଙ୍କାର ନେଇ ଉପକୋଷାଗାରରେ ରଖାଯାଇଥିଲା। ଏହି ଅବସରରେ ଶ୍ରୀ ରାଧାଗୋବିନ୍ଦ ସେବାସଂସ୍ଥା ପକ୍ଷରୁ ୪ର୍ଥ ବର୍ଷ ପାଇଁ ଶ୍ରଦ୍ଧାଳୁଙ୍କ ଲାଗି ପ୍ରସାଦ ବ୍ୟବସ୍ଥା କରାଯାଇଥିଲା।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories